ବ୍ୟାଙ୍କ୍‌ ଡକାୟତି ଉଦ୍ୟମ ବିଫଳ

0 1

ବଡ଼ବିଲ (ଶାସକ ପ୍ରଶାସକ) ବଡ଼ବିଲ ଏସଡ଼ିପିଓ କାର୍ଯ୍ୟାଳୟ ନିକଟରେ ଥିବା ୟୁକୋ ବ୍ୟାଙ୍କ୍ ଶାଖା ମଧ୍ଯକୁ କେତେକ ଦୁର୍ବୃତ୍ତ ଗତ ଶନିବାର ରାତିରେ ପ୍ରବେଶ କରିଥିଲେ ହେଁ ଲକର ଭାଙ୍ଗି ପାରିନଥିବାରୁ ସେମାନଙ୍କ ଡକାୟତି ଉଦ୍ୟମ ବିଫଳ ହୋଇଛି। ଦୁର୍ବୃତ୍ତମାନେ ବ୍ୟାଙ୍କ୍‌ରୁ କୌଣସି ସାମଗ୍ରୀ ଚୋରି କରିପାରି ନଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ବ୍ୟାଙ୍କ୍‌ର ବାହାର ଝରକା କାଟି ଭିତରେ ପ୍ରବେଶ କରିବା ସହ ସିସିଟିଭି ଓ ଆଲାର୍ମ ତାରକୁ କାଟିଦେଇଥିଲେ। ତା’ପରେ ସେମାନେ ଗ୍ୟାସ କଟର ସହାୟତାରେ ଲକର୍ କାଟିବାକୁ ଉଦ୍ୟମ କରିଥିଲେ। ସେମାନେ ଲକର୍‌ର ସମ୍ମୁଖ ଭାଗରେ କିଛି ଅଂଶ କାଟିଥିଲେ ହେଁ ଲକର୍‌କୁ ଖୋଲିପାରି ନଥିଲେ। ସୋମବାର ବ୍ୟାଙ୍କ୍ ପରିଚାଳକ ଏହା ଦେଖ‌ିବା ପରେ ଥାନାକୁ ଖବର ଦେଇଥିଲେ। ପୁଲିସ୍ ବିଶେଷଜ୍ଞ ଦଳ ସହ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିବା ସୂଚନା ମିଳିଛି।

Leave A Reply

Your email address will not be published.