ଅବକାରୀ ଚଢାଉ, ୨ ଗିରଫ

0 1

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୮/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଂଚଳରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଅବକାରୀ ବିଭାଗ ପକ୍ଷରୁ ଧର ପଗଡ ଆରମ୍ଭ ହୋଇଛି।ଜିଲ୍ଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଡାବୁଗାଁ ଅବକାରୀ ଥାନା ଅଂଚଳରେ ବେନିୟମ ମଦ କାରବାର କରୁଥିବା ଦୁଇ ଜଣଙ୍କୁ ଅବକାରୀ କର୍ମଚାରୀ ଗିରଫ କରିଛନ୍ତି। ଅଭିଯୁକ୍ତ ହେଲେ ଶିଙ୍ଗିଗୁଡ଼ା ର ସଞ୍ଜୁଦେବୀ ଗୁପ୍ତା ଓ ଡାବୁଗାଁ ସଦର ହାଟ ପଦା ସାହିର ହେମ ଜାନି । ସୂଚନା ଅନୁଯାୟୀ ଆଜି ଡାବୁଗାଁ ଅବକାରୀ କର୍ମଚାରୀ ଡାବୁଗାଁ ଥାନା ଅନ୍ତର୍ଗତ ଶିଙ୍ଗିଗୁଡା ଠାରେ ପେଟ୍ରଲିଂ କରିବା ସମୟରେ ସେହି ଗ୍ରାମ ର ସଞ୍ଜୁଦେବୀ ଗୁପ୍ତା ଏକ ବ୍ୟାଗ ରେ ୧୦ ଲିଟର ହଣ୍ଟର ବିୟର (ବିଦେଶୀ ମଦ)ବିକ୍ରି ଉଦ୍ଦେଶ୍ୟରେ ନେଉଥିଲେ। ସନ୍ଦେହ ହେବାରୁ ଅବକାରୀ କର୍ମଚାରୀ ସଞ୍ଜୁ ଦେବୀ ଙ୍କୁ ପଚରା ଉଚୁରା ପରେ ବେନିୟମ ଭାବେ ବିଦେଶୀ ମଦ ବିକ୍ରି ଉଦ୍ଦେଶ୍ୟରେ ନେଉଥିବା ଜଣା ପଡିଥିଲା। ସେହିପରି ଡାବୁଗାଁ ସଦର ହାଟ ପଦା ସାହିର ହେମ ଜାନି ବେନିୟମ ଭାବେ ଦେଶୀ ମଦ ପୁଡି ବିକ୍ରି ଅଭିଯୋଗ ରେ ତାକୁ ଗିରଫ କରିଥିଲେ। ଅଭିଯୁକ୍ତ ନିକଟରୁ ୧୨ ଲିଟର ଦେଶୀ ପୁଡ଼ି ମଦ ଜବତ କରାଯାଇଥିଲା। ଉଭୟ ଅଭିଯୁକ୍ତ ଙ୍କୁ କେଶ ନ ୨୧୫/୨୩/୨୪ ଓ ୨୧୬/୨୩/୨୪ ରେ ପୃଥକ୍ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା। ଏହି ଚଢାଉ ରେ ଡାବୁଗାଁ ଅବକାରୀ ଉପ ନୀରିକ୍ଷକ ବୁଲୁ ପାତ୍ର, ସହ ଉପ ନୀରିକ୍ଷକ ଏସ କେ ପଣ୍ଡା ,ଅବକାରୀ କର୍ମଚାରୀ ସୁରେଖା ଭତରା ଓ ଶ୍ରୀକାନ୍ତ ବିଶୋଇ ପ୍ରମୁଖ ସାମିଲ ଥିଲେ।

Leave A Reply

Your email address will not be published.