ଖଲ୍ଲିକୋଟ ରୁ ଶିବରାମ ଜେନା-ଶାସକ ପ୍ରଶାସକ:କୋଦଳା ଠାରୁ ଖଲ୍ଲିକୋଟ କୁ ଗଞ୍ଜେଇ ଚୋରା ଚାଲାଣ ବେଳେ , ନିର୍ମଳ ଝର ସ୍ଥିତ ମୁକୁନ୍ଦପୁର ଛକ ନିକଟରେ ୨୫ କେ. ଜି ଗଞ୍ଜେଇ ଦୁଇଟି ବସ୍ତା ରେ ଥାଇ ପୋଲିସ ବିଭାଗ ପକ୍ଷରୁ ଜବତ୍ କରାଯାଇଛି। ଖବର ନେବାରୁ ଜଣାପଡିଛି ଯେ, ଖଲ୍ଲିକୋଟ ପୋଲିସ କର୍ମଚାରୀଙ୍କ ରାତ୍ର ପେଟ୍ରୋଲିଙ୍ଗ୍ ୩ଘଣ୍ଟାସମୟ ରେ କୋଦଳା ଠାରୁ ଖଲ୍ଲିକୋଟ କୁ ସ୍କୁଟି ନଂ ODO7 AP 9930 ଯୋଗେ ଗଞ୍ଜେଇ ଆସୁଥିବା ସୁରାଖ ପାଇ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜାଲ ଵିଛା ଯାଇଥିଲା, ଏବଂ କୋଦଳା ପଣ୍ଡା ସାହିର ସୋନୁ ମୁନି ଙ୍କୁ ଖଲ୍ଲିକୋଟ ପୋଲିସ ବାହିନୀ କାବୁ କରିନେଇଥିଲେ । ରାତ୍ର ପେଟ୍ରୋଲିଙ୍ଗ୍ ସମୟରେ କାର୍ଯରତ ପୋଲିସ ବାହିନୀ ର ସବ୍ ଇନ୍ସପେକ୍ଟର ପିଙ୍କିନ ପଟ୍ଟନାୟକ,ଏ.ଏସ୍ ଆଇ, ଅନିଲ ଶବର , ହାବିଲଦାର ରମେଶ କୁମାର ରାଉତ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ଥିଲେ । ଗଞ୍ଜେଇ କୁ ଜବତ କରିବା ସମୟରେ ଖଲ୍ଲିକୋଟ ର ଅତିରିକ୍ତ ତହସିଲଦାର ଶ୍ରୀ ଅଜୟ କୁମାର ସ୍ବାଇଁ ଉପସ୍ଥିତ ଥିଲେ ବୋଲି ଜଣାପଡିଛି। ଶ୍ରୀ ଅଜୟ କୁମାର ସ୍ବାଇଁ (ଅତିରିକ୍ତ ତହସିଲଦାର) ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗଞ୍ଜେଇ ଓଜନ ହୋଇଥିଲା । ଓଜନ ମୁତାବକ ୨ଟି ବସ୍ତାର ୨୫କେଜି ୧୦୦ ଗ୍ରାମ ବୋଲି ଜଣାପଡିଛି।
ଉକ୍ତ ଗଞ୍ଜେଇ କୋଦଳା ଠାରୁ ଭୁବନେଶ୍ଵରର ପଠାଇ ବାର ସୁଚିନ୍ତିତ ଯୋଜନା ଥିବା ବେଳେ ଏବେ ଗଞ୍ଜେଇ ଚୋରା ଚାଲାଣ କାରୀ ପୋଲିସ କଵ୍ଜାରେ ରହିଗଲେ ଏବଂ ଉକ୍ତ ଗଞ୍ଜେଇ ବେପାରୀକୁ ଗିରଫ୍ କରି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଶ୍ରୀ ନରେଶ କୁମାର ସାହୁ ସୂଚନା ଦେଇଥିଲେ। ଏପରି ପ୍ରେକ୍ଷି ରେ ତଦନ୍ତ ଭାର ସବ୍ ଇନ୍ସପେକ୍ଟର ଶ୍ରୀ ପୂର୍ଣ୍ଣଚନ୍ଦ୍ର କିଶାନ ଙ୍କୁ ଦିଆଯାଇଥିବା ସହ ଉକ୍ତ ଗଞ୍ଜେଇ ବେପାରୀଙ୍କ ନାମରେ କେଶ୍ ନଂ ୨୨୦dy୧୭-୩-୨୦୨୪, ଦଫା ୨୦ (ବି)(!!)(ସି)ଏନ୍ ଡି ପି ଏସ୍ ଆକଟ୍ ରେ ମକଦ୍ଦମା ରୁଜୁ କରାଯାଇଛି। ବିଶେଷ ସୂତ୍ରରୁ ଜଣାପଡିଛି ଯେ ଖଲ୍ଲିକୋଟ ର ପ୍ରାୟ ହେଉଛି ନିତୀ ଦିନିଆ ଘଟଣାବଳୀ କହିଲେ ଚଳେ ।
ସରକାରଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ଅର୍ଥ ପିପାସୁ ମାନେ ଗଞ୍ଜେଇ ଚୋରା ଚାଲାଣ କାରୀ ମାନଙ୍କ ପାଇଁ କିଛି ଫରକ୍ ପଡିବନି। ବିଶେଷ କରି ଖଲ୍ଲିକୋଟ ର ସଵୁ ଅଞ୍ଚଳ ରେ ଏ ଵେପାର ଚାଲିଛି । କିନ୍ତୁ ଯିଏ ପଡ଼ିଗଲା ସିଏ ଚୋର ,ଯିଏ ଖସିଗଲା ସିଏ ହେଉଛନ୍ତି ଭଦ୍ରବ୍ୟକ୍ତି । ତେଣୁ ପୋଲିସ ବିଭାଗ ପକ୍ଷରୁ ଅଧିକରୁ ଅଧିକ ପଦକ୍ଷେପ ନେବାକୁ ଜନସାଧାରଣ ନିବେଦନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.