ଆସନ୍ତା କାଲି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ଶର୍ମା

0 1

ନବରଙ୍ଗପୁର ଜିଲ୍ଲା ଉମରକୋଟରେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ

ଭୁବନେଶ୍ୱର, ତା.୧୮/୦୩: ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗତ ୧୦ ବର୍ଷର ଉପଲବ୍ଧିକୁ ଘରେ ଘରେ ପହଂଚାଇବା, ମୋଦିଙ୍କ ଯୋଜନାରୁ ବଂଚିତ ଓଡିଶାର ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷାତ, କାର୍ଯ୍ୟକର୍ତା, ବଣିକ ସଂଘ ସଦସ୍ୟଙ୍କ ସହ ବୈଠକ, ଲାଭାର୍ଥୀ ସମ୍ମିଳନୀ କରି ଜନତାଙ୍କୁ ସଚେତନ କରାଇବା ଓ ନିର୍ବାଚନ ଅଭିଯାନକୁ ଗତିଶୀଳ କରିବା ପାଇଁ ଆସନ୍ତା କାଲି ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ଉମରକୋଟକୁ ଦିନିକିଆ ଗସ୍ତରେ ଆସୁଛନ୍ତି ଛତିଶଗଡ ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ଶର୍ମା । ‘ବିକଶିତ ଭାରତ’ ଗଠନ ପାଇଁ ଜନପରାମର୍ଶ ଓ ଜନସହଯୋଗ ପାଇଁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦିଜୀ ଦେଇଥିବା ଚିଠିକୁ ରାଜ୍ୟର ୧ କୋଟି ପରିବାର ପାଖରେ ପହଂଚାଇବା ଉଦ୍ଦେଶ୍ୟରେ ବୈଠକରେ ଯୋଗ ଦେଇ ଲୋକଙ୍କୁ ଅବଗତ କରାଇବେ । ‘ବିକଶିତ ଓଡ଼ିଶା ଓ ବିକଶିତ ଭାରତ’ ହିଁ ମୋଦିଙ୍କ ଗ୍ୟାରେଂଟି । ମୋଦିଜୀ ପୁଣି ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ଓ ବିଜେପି ଦେଶ ଓ ରାଜ୍ୟରେ ସରକାର ଗଠନ କରିବ । ଲୋକସଭା ନିର୍ବାଚନରେ ୪ଶହରୁ ଊର୍ଦ୍ଧ୍ୱ ଆସନ ଜିତି ଦଳ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ହାସଲ କରିବ । ଏହି ଅଭିଯାନରେ ନବରଙ୍ଗପୁରବାସୀଙ୍କୁ ସାମିଲ କରିବା ପାଇଁ ଆସୁଛନ୍ତି ଶ୍ରୀ ଶର୍ମା । ଏହି ଗସ୍ତ ସମୟରେ ଶ୍ରୀ ଶର୍ମା କାର୍ଯ୍ୟକର୍ତା ସମ୍ମିଳନୀ ସହ ବଣିକ ସଂଘ ସଦସ୍ୟଙ୍କ ବୈଠକ, ଲାଭାର୍ଥୀ ସମ୍ମିଳନୀ ଓ ଘର ଘର ଜନସଂପର୍କ କାର୍ଯ୍ୟକ୍ରମରେ ଯୋଗ ଦେବେ । ଶ୍ରୀ ଶର୍ମାଙ୍କ ନବରଙ୍ଗପୁର ଗସ୍ତ ଓଡିଆ ଲୋକଙ୍କ ପାଇଁ ନୂତନ ଉତ୍ସାହ ସୃଷ୍ଟି କରିବ ବୋଲି ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.