ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ୨୦୨୪ ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଧିକାରୀଙ୍କୁ ଗତ ୧୫ତାରିଖ ଠାରୁ ଆରମ୍ଭ ହୋଇଥିବା ପ୍ରଥ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମ ଉଦଯାପିତ ହୋଇ ଯାଇଛି । ଗୁଣପୁର ମହାବିଦ୍ୟାଳୟର ୦୪ଟି କକ୍ଷରେ ୫୦ ଜଣ ହିସାବରେ ୦୪ଦିନରେ ୨୦୦ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି । ଗୁଣପୁର ଉପ ଜିଲ୍ଲାପାଳ କୀରଣ ଦୀପ କୌରଙ୍କ ନିର୍ଦ୍ଦେଶକ୍ରମେ ଗୁଣପୁର ତହସିଲଦାର ଲୀଳାବତୀ ଆଚାର୍ଜି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଜଳି ପ୍ରଧାନ, ସହକାରୀ ଜିଲ୍ଲାପାଳ ସତ୍ୟଜିତ ନାୟକ, ବିପିନ ଚନ୍ଦ୍ର ନାୟକ, ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା, ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ କୁମାର, ମଙ୍ଗଳ ଅଧିକାରୀ ସୁରଜ ନାୟକ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ପର୍ଯ୍ୟାୟକ୍ରମେ ପଦ୍ମପୁର ତହସିଲଦାର ଦୀପ୍ତିମୟୀ ପାତ୍ର, ରାମନାଗୁଡା ତହସିଲଦାର ନିର୍ମଳ ସାହୁ, ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ ପ୍ରମୁଖ ଯୋଗଦେଇ ପୋଲିଂ ଅଧିକାରୀଙ୍କୁ ତାଲିମ ପ୍ରଦାନ କରିଥିଲେ । ପ୍ରତିଦିନ ତାଲିମ କାର୍ଯ୍ୟକ୍ରମ ପରେ ସମସ୍ତ ପୋଲିଂ ଅଧିକାରୀଙ୍କୁ ପରୀକ୍ଷା କରାଯାଇଥିଲା । ଯେଉଁ ପୋଲିଂ ଅଧିକାରୀ ମାନେ ପୋଷ୍ଟାଲ ବେଲଟ ନେଇ ଭୋଟ ଦେବେ ସେମାନଙ୍କୁ 12ନମ୍ବର ଫର୍ମ ଭରି ଆବେଦନ କରିବାକୁ କୁହାଯାଇଥିଲା । ପ୍ରିଜାଇଡିଂ ଅଧିକାରୀଙ୍କ ଠାରୁ ଆରମ୍ଭ କରି ପଞ୍ଚମ ପୋଲିଂ ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା ।ବୁଥରେ ସମସ୍ତ ପୋଲିଂ ଅଧିକାରୀଙ୍କ କାର୍ଯ୍ୟ ସୁରୁଖୁରରେ ସମ୍ପାଦନା କରିବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରାଯାଇଥିଲା । ପୋଲିଂ ଅଧିକାରୀଙ୍କତାଲିମ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଥିବାରୁ ସମସ୍ତ ଟ୍ରେନର, ଅଧିକାରୀ, ତାଲିମ ନେଇଥିବା ଅଧିକାରୀଙ୍କୁ ଉପ ଜିଲ୍ଲାପାଳ ସାଧୁବାଦ ଅର୍ପଣ କରିଥିଲେ ।