ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ପୋଲିସ ବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟା ୬.୩୦ ମିନିଟ୍ ସମୟରେ ପେଟ୍ରୋଲିଂ ଚାଲୁଥିବା ବେଳେ ଥାନା ଏସ୍.ଆଇ ଶ୍ରୀ ଅଶୋକ କୁମାର ପାଢ଼ୀ ବେଆଇନ ଗଞ୍ଜେଇ ଚୋରାଚାଲଣ ହେଉଥିବା ଗୋଟିଏ କାର୍ (KL.08AX.1482) କୁ ଅଟକାଇ ଥିଲେ l ସେହି ସମୟରେ ଗାଡିରୁ ୨୧୦ କିଲୋ ଗଞ୍ଜେଇ ଜବତ ହୋଇଛି l ଘଟଣା ସ୍ଥଳରୁ ଗୋଟିଏ ଗାଡି ଏବଂ ୨୧୦ କେଜି ଗଞ୍ଜେଇ ଜବତ କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଗୁଣପୁର ପୋଲିସ । ଗିରଫ ବ୍ୟକ୍ତି ଜଣକ କେରଳ ରାଜ୍ୟ ତ୍ରିଷୁର ଗ୍ରାମର ରେବିନ ରେଜି (୩୫) ବୋଲି ଜଣାପଡିଛି। ତେବେ ବ୍ୟକ୍ତି ଜଣକ ଘଟଣା ସ୍ଥଳରୁ ଖସି ଚାଲିଯିବା ପାଇଁ ଉଦ୍ୟମ କରୁଥିବା ବେଳେ ଶ୍ରି ପାଢି ତାକୁ କାବୁ କରିବାରେ ସଫଳ ହୋଇଛନ୍ତି । କେଶ ନଂ ୬୪ ,ୟୁ/ଏସ ୨୦ (ବି)(ii)(ସି) ଏନ୍.ଡି.ପି.ଏସ୍ ଆକ୍ଟ ୧୯୮୫ ଅନୁଯାୟୀ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଗୁଣପୁର ଏସଡିପିଓ ବାବୁଲି ନାୟକ ଏକ୍ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଗୁଣପୁର ଆଦର୍ଶ ଥାନା ଭାରପ୍ରାପ୍ତ ଅଧିକାରୀ ଉତ୍ତମ୍ କୁମାର ସାହୁ ଙ୍କ ସମେତ ସମସ୍ତ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ l