ନେମାଳରେ ରାଜ୍ୟସ୍ତରୀୟ ଲଉଡ଼ି ମହୋତ୍ସବର ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ l

0 2

-(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ବିଜେସ୍ଥଳୀରେ ଯାଦବ ମହାସଭା, ପଦ୍ମବନ ପୀଠ, ନେମାଳ ଆନୁକୂଲ୍ୟରେ ଆଗାମୀ ଦୋଳ ପୂର୍ଣ୍ଣିମାଠାରୁ ୫ଦିନ ବ୍ୟାପୀ ପ୍ରତ୍ୟହ ସନ୍ଧ୍ୟା ଆଳତୀ ପରଠାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଥିବା ୩୦ତମ ରାଜ୍ୟସ୍ତରୀୟ ଲଉଡ଼ି ମହୋତ୍ସବର ରୂପରେଖ ପରିଚାଳନା ଏବଂ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ ଜାଗୁଳାଇ ପୀଠରେ ଅନୁଷ୍ଠିତ ହୋଇଛି । ଗୋପିନାଥ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି କାର୍ତ୍ତିକଚନ୍ଦ୍ର ଦାସ, ସମ୍ପାଦକ ରାଧାଶ୍ୟାମ ଦାସ, ସମୀକ୍ଷକ ଗୋବିନ୍ଦଚନ୍ଦ୍ର ଦାସ, କୋଷାଧକ୍ଷ ଦିବାକର ଦାସ,ପଣ୍ଡିତ ଶତ୍ରୁଘ୍ନ ଦାସ, ବ୍ଳକ କଳା ସଂସ୍କୃତି ସଂଘ ସଂପାଦକ କ୍ଷୀରୋଦ ଚନ୍ଦ୍ର ପରିଡ଼ା, ବିଷ୍ଣୁଚରଣ ଦାସ, କାହ୍ନୁଚରଣ ଦାସ ପ୍ରମୁଖ ଯୋଗ ଦେଇ ଉତ୍ସବର ସାଫଲ୍ୟ ଦିଗରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.