ରାଉରକେଲା :(ବସନ୍ତ କୁମାର ଜେନା): ଆସନ୍ତା ସାଧାରଣ ନିର୍ବାଚନ ୨୦୨୪ ହିଂସା ମୁକ୍ତ, ସ୍ବଛ ଓ ସୁଚାରୁ ରୂପେ ପରିଚାଳନାରେ ସହଯୋଗ କରିବା ପାଇଁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ସମସ୍ତ ରାଜନୈତିକ ଦଳକୁ ଅପିଲ କରିଛନ୍ତି ା ଆଜି ଆରଏମସି ସମ୍ମିଳନି କକ୍ଷ ରେ ସମସ୍ତ ରାଜନୈତିକ ଦଳର ପ୍ରତିନିଧିକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ା ଗତ କାଲି ଭାରତ ନିର୍ବାଚନ ଅାୟୋଗ ସାଧାରଣ ନିର୍ବାଚନର ତାରିଖ ଘୋଷଣା କରିବା ସହିତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ା ଏହି ପରି ପ୍ରେକ୍ଷି େର ସର୍ବଦଳୀୟ ବୈ୦କରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସିହିତ ଅତିରିକ୍ତ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ,ଉପଜିଲ୍ଲାପାଳ ପାନପୋଷ ବିଜୟ ନାୟକ ଓ ଅତିରିକ୍ତ ଉପଜିଲ୍ଲାପାଳ ,ପାନପୋଷ ସରୋଜ ମିଶ୍ର ସହିତ ଆଲୋଚନା କରି ଥିଲୋ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁୁ ଆଦର୍ଶ ଆଚରଣ ବିଧି ଲଗୁ ସମୟ ରେ କଣ କରି ପାରିବେ, କଣ କରିବା ବାରଣ ରହିଛି , ତିନୋଟି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରସ୍ତୁତି ବିଷୟରେ ଅଵଗତ କରାଇଥିଲୋ
ସୂଚନା ଯୋଗ୍ୟ ଯେ ବୀରମିତ୍ରପୁର ନିମନ୍ତେ ଅତିରିକ୍ତ ଉପଜିଲ୍ଲାପାଳ , ପାନପୋଷ, ରଘୁନାଥପାଲି ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ,ରାଉରକେଲା, ରାଉରକେଲା ନିମନ୍ତେ ଉପଜିଲ୍ଲାପାଳ ,ପାନପୋଷ କୁ ରିଟର୍ଣିଂ ଅଧିକାରୀ ନିଯୁକ୍ତ କରା ଯାଇଛି ା
ବୀରମିତ୍ରପୁର ପାନପୋଷ,ଓ ରାଉରକେଲା ନିର୍ବାଚନ ମଣ୍ଡଳୀରେ ଭୋଟ ସଂଖା ୬ ଲକ୍ଷ ୩୭ ହଜାର ୩୩୩ ଭୋଟର ତାଲିକା ରହି ଥିବାବେଳେ ମହିଳା ଭୋଟର ସଂଖ୍ୟା ୩ଲକ୍ଷ ୧୮ ହଜାର ୮୭୨, ପୁରୁଷ ସଂଖ୍ୟା ୩ଲକ୍ଷ ୧୮ ହଜାର ୩୮୧ ରହିଥିବା ବେଳେ ଅନ୍ୟ ରେ ୮୦ ଜଣ ଭୋଟର ରହିଛନ୍ତି ।ବୈଠକରେ ବୀରମିତ୍ରପୁର ବିଧାୟକ ଶଂକର ଓରାମ , ଲତିକା କୁମାରି ପଟ୍ଟନାୟକ, ବିଜେଡି ସଭାପତି ଗଗନ ପଣ୍ଡା, ବିଏସପି ସଭାପତି ରଂଜନ କୁମାର ତନ୍ତୀ ପ୍ରମୁଖ ଉପସ୍ଥିତ ଥିଲୋ
Sign in
Sign in
Recover your password.
A password will be e-mailed to you.