(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ)- ରାଜ୍ୟ ଯାଦବ ମହାସଂଘ ପକ୍ଷରୁ ଭୁବନେଶ୍ଵରରେ ଏକ ଉତ୍କଳ ଯାଦବ ଭବନ ନିର୍ମାଣ ପାଇଁ ଜାଗା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ହୋଇଥିଲା । ଓଡ଼ିଶାର ଆଶା ଓ ଭରସାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯାଦବ ମହାସଂଘ ଦାବିକୁ ପୂରଣ କରି ଉତ୍କଳ ଯାଦବ ଭବନ ନିର୍ମାଣ ନିମନ୍ତେ ଏକ ଜାଗା ଯୋଗାଇ ଦେଇଛନ୍ତି । ଏଥିପାଇଁ ନେମାଳ ସ୍ଥିତ ପଦ୍ମବନ ପୀଠ ଠାରେ ଯାଦବ ମହାସଂଘ, କଟକ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ ପାଇଁ ଏକ ସଭା ଆୟୋଜନ କରାଯାଇଥୁଲା । ସଭାପତି ଗୋପିନାଥ ଦାସଙ୍କ ପୌରହିତ୍ୟରେ ଉପସଭାପତି କାର୍ତ୍ତିକଚନ୍ଦ୍ର ଦାସ, ସମ୍ପାଦକ ପ୍ରସାଦ ଦାସ, ସଂଗଠନ ସମ୍ପାଦକ ରାଧାଶ୍ୟାମ ଦାସ, ସମୀକ୍ଷକ ଗୋବିନ୍ଦ ଚନ୍ଦ୍ର ଦାସ, ପଣ୍ଡିତ ଶତ୍ରୁଘ୍ନ ଦାସ,କ୍ଷୀରୋଦ ଚନ୍ଦ୍ର ପରିଡ଼ା, ସୁବାଷ ଗାୟା, ବଳଦେବାନନ୍ଦ ଦାସ, କାହ୍ନୁଚରଣ ଦାସ ପ୍ରମୁଖ ଯୋଗ ଦେଇ ନବୀନ ସରକାରଙ୍କ ମହାନତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ପରୀପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧକ୍ଷ ଭି.କେ ପାଣ୍ଡିଆନ, ପୂର୍ବତନ ମନ୍ତ୍ରୀ ତଥା କଟକସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରାରମ୍ଭରେ ଉଭୟଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରି ମହାପୁରୁଷ ଶ୍ରୀ ଶ୍ରୀ ଅଚ୍ୟୁତାନନ୍ଦଙ୍କ ନିକଟରେ ପୂଜାର୍ଚ୍ଚନା ପ୍ରାର୍ଥନା ମଧ୍ୟ କରିଛନ୍ତି । ଏଭଳି ମହତ୍ କାର୍ଯ୍ୟ ପାଇଁ ଯାଦବ ସମ୍ପ୍ରଦାୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଚିରକୃତଜ୍ଞ ହେବା ସହିତ ତାଙ୍କ ପ୍ରତି ସମ୍ପୂର୍ଣ ସହଯୋଗ ରହିଥିବା ସଭାପତି ଶ୍ରୀ ଦାସ ପ୍ରକାଶ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.