(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ) ଶୁକ୍ରବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ତ ପାଳଦା ପଞ୍ଚାୟତ ଦୁଦୁରା ଗ୍ରାମ ନିକଟରେ ଚିତ୍ରୋତ୍ପଳା ଦକ୍ଷିଣ ପାର୍ଶ୍ଵ କେନାଲ ଉପରେ ୧୮ଲକ୍ଷ ଟଙ୍କା ଅନୁଦାନରେ ଏକ ପୋଲ ପାଇଁ ଶିଳାନ୍ୟାସ କରାଯାଇଛି l ଏହାଛଡ଼ା ଦୁଦୁରା ଠାରୁ କମପୁର ପର୍ଯ୍ୟନ୍ତ ୧୨ଲକ୍ଷ ଟଙ୍କା ଅନୁଦାନରେ ଦକ୍ଷିଣ ପାର୍ଶ୍ବ କେନାଲ ବନ୍ଧ ରାସ୍ତାର ଉନ୍ନତି କରଣ ପାଇଁ ଶୁଭ ଶିଳାନ୍ୟାସ କରାଯାଇଛି। କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବାବୁଜଙ୍ଗ ସରପଞ୍ଚ ସାଧୀନ ଭୂୟାଁଙ୍କ ପୌରହିତ୍ୟରେ ଏହି ଶିଳାନ୍ୟାସ ଉତ୍ସବରେ ଜିଲ୍ଲାପରିଷଦ ସଭ୍ୟ ଇଂ.ବିଳାସ କୁମାର ଭୋଇ, ବିଜେଡ଼ି ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସାଇଁ, ବିଜେଡ଼ି ବ୍ଳକ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ନାୟକ, ସରପ ଚିନ୍ମୟୀ ବେହେରା, ସମିତିସଭ୍ୟା ସୌଭାଗ୍ୟଲକ୍ଷ୍ମୀ ମଲିକ, ଯୁବବିଜେଡ଼ି ସଭାପତି ତାରାକାନ୍ତ ମଲିକ, ବ୍ଳକ ମହିଳା ସଭାନେତ୍ରୀ ନନ୍ଦିନୀ ନାୟକ, ମୋନାଲିସା ମଲିକ, ଶରତଚନ୍ଦ୍ର ସାମଲ ପ୍ରମୁଖ ଯୋଗ ଦେଇ ନବୀନ ସରକାରଙ୍କ କଟକ ସଦର ବିକାଶ କାର୍ଯ୍ୟକ୍ରମରେ ରହିଥିବା ସହଯୋଗ ସଂକ୍ରାନ୍ତରେ ଅବଗତ କରାଇଥିଲେ ।
Sign in
Sign in
Recover your password.
A password will be e-mailed to you.