ଘୋଡାଖୁନ୍ଟା ମଣ୍ଡେଇ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ

0 2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୭/୦୩/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଘୋଡା ଖୁଣ୍ଟା ଠାରେ ଆସନ୍ତା ବୁଧବାର ୨୦ ତାରିଖରେ ହେବାକୁ ଥିବା ମଣ୍ଡେଇ ଯାତ୍ରା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଘୋଡା ଖୁଣ୍ଟା ଠାରେ ଅନୁଷ୍ଠିତ ହୋଇଯାଇଛି। ମଣ୍ଡେଇ ଯାତ୍ରା କୁ ଶାନ୍ତି ଶୃଙ୍ଖଳା ର ସହ ପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇଥିଲା। ଏଥିରେ ସଭାପତି ଭାବେ ଅର୍ଜୁନ ଭତରା, ସମ୍ପାଦକ ଭାବେ ଦଶମନ୍ତ ନାୟକ ଓ କୋଷାଧ୍ୟକ୍ଷ ଭାବେ ସିନ୍ଧୁ ଭତରା ଙ୍କୁ ମନୋନୀତ କରାଯାଇଥିଲା। ବୁଧବାର ଅନୁଷ୍ଠିତ ହେବାକୁ ଥିବା ମଣ୍ଡେଇ ଯାତ୍ରା ରେ ନିକଟ କୁରୁପା, ମାଝିଗୁଡା, ମାଲ ବେଡା, ପନାର, ମୁଣ୍ଡା ଗୁଡା, ଡଙ୍ଗରା, ବୋରିଗାଁ, ପଡା ଗୋଡ, ଝାରମୁଣ୍ଡି ଗୁଡା, କହକାଗୁଡ଼ା ଓ ମୁଣ୍ଡି ଗୁଡା ରୁ ବିଭିନ୍ନ ଦେବାଦେବୀ ନିମନ୍ତ୍ରିତ ହୋଇ ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ଆସନ୍ତା କାଲି ବାବା ଚାଉଁରୀଆ ଙ୍କ ସ୍ଵତନ୍ତ୍ର ନୀତି ପୂଜା ପରେ ମଙ୍ଗଳବାର ଇଂଲାଁଞ୍ଜି ମାତା, ସନାଦେଇ ଓ ତେଲୁଗୁଣି ମାତା ଙ୍କ ପୂଜା ଅନୁଷ୍ଠିତ ହେବ। ବୁଧବାର ସମସ୍ତ ଦେବାଦେବୀ ଘୋଡାଖୁଣ୍ଟା ର ଆରାଧ୍ୟ ଦେବତା ଭିମା ବାବା ଙ୍କ ପୀଠରେ ପୂଜାର୍ଚ୍ଚନା ପରେ ନିମନ୍ତ୍ରିତ ହୋଇ ଆସିଥିବା ଦେବାଦେବୀ ବିଭିନ୍ନ ବେଶଭୂଷା ହୋଇ ଲାଠି, କୁର୍ସୀ, ପାଲିଙ୍କି ଓ ବାଜା ମର୍ଦ୍ଦଳ ବଜାଇ ଗ୍ରାମ ପରିକ୍ରମା କରିବେ ବୋଲି ନିଷ୍ପତି ହୋଇଥିଲା। ଲୋକଙ୍କ ମନୋରଞ୍ଜନ ପାଇଁ ବୁଧବାର ଦୁଇଟି ଦେଶିଆ ନାଟକ ମଞ୍ଚସ୍ଥ ହେବ ବୋଲି ମଣ୍ଡେଇ କମିଟି ସୂତ୍ରରୁ ପ୍ରକାଶ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଭ୍ୟ ଧନ ସିଂ ଭତରା, ଧନୀରାମ ମାଝୀ, ଦୂର୍ଯ୍ୟନ ପୂଜାରୀ, ଦୀନବନ୍ଧୁ ମାଝୀ, ସୁକୁ ଭତରା, ସନା ଭତରା, ସନ ସାଇ ନାୟକ, ହୀରା ସିଂ ମାଝୀ, ଲକି ଗୌଡ଼ ଓ କେଶବ ଶବର ପ୍ରମୁଖ ଗ୍ରାମ ବାସୀ ଉପସ୍ଥିତ ଥିଲେ।

Leave A Reply

Your email address will not be published.