ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ:: (ଶାସକ ପ୍ରଶାସକ) ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଳକ୍ ଅଞ୍ଚଳରେ ଅବକାରୀ ବିଭାଗ ଗଭୀର ଚିର ନିଦ୍ରାରେ ଶୋଇଥିଲା ବେଳେ ଝାରପୋଖରିଆ ପୁଲିସ କରୁଛି , ଅବକାରୀ କାମ ସରସକଣା ର ଏକ ଦୋକାନ ରୁ ୨୨୦ ଲିଟର ବେନିୟମ ଗଚ୍ଛିତ ବିଦେଶୀ ମଦ ଜବତ କଲେ । ଝାରପୋଖରିଆ ପୋଲିସ ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ଝାରପୋଖରୀଆ ପୋଲିସ ଅତର୍କିତ ଭାବେ ଚଢାଉ କରି ପ୍ରାୟ ୨୦୦ ଲିଟର ବିଭିନ୍ନ କମ୍ପାନୀ ବ୍ରାଣ୍ଡର ବିଦେଶୀ ମଦ ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧,୩୩୦୦୦ (ଏକ ଲକ୍ଷ୍ୟ ତେତିଶ ହଜାର) ଟଙ୍କା ହେବ । ତେବେ ସଂପୃକ୍ତ ମଦ ଘଟଣାରେ ଥିବା ସାରସକଣା ର ଦୋକାନୀ ଶ୍ରୀ ଜଗତ ଜୀବନ ସାହୁଙ୍କୁ ଗିରଫ କରାଯାଇଛି , ଝାରପୋଖରିଆ ଥାନା କେସ ନମ୍ବର ୫୮/୨୪ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ତେବେ ଅବକାରୀ ବିଭାଗର କାର୍ଯ୍ୟଧାରାକୁ ପୋଲିସ କରୁଥିବା ବେଳେ ଅବକାରୀ ବିଭାଗ ବେନିୟମ ମଦ ବିକ୍ରି ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ ନ କରିବା ବାବଦରେ କଣ ସ୍ବାର୍ଥ ରହିଛି ତାହା ସାଧାରଣ ରେ ଚର୍ଚ୍ଚାର ବିଷୟ ପାଲଟିଛି।
Sign in
Sign in
Recover your password.
A password will be e-mailed to you.