ଗୁଡ଼ାରୀରେ ସାଧାରଣ ନିର୍ବାଚନ ପାଇଁ ପୋଲିଂ ଅଧିକାରୀଙ୍କୁ ପରିଚାଳନା ତାଲିମ ଶିବିର ଉଦଯାପିତ

0 2

ଗୁଣପୁର :ଗୁଡ଼ାରୀ ମହିଳା ଉଚ୍ଚ ବିଦ୍ୟାଳୟରେ ଗତ ୪ ଦିନ ଧରି ଆସନ୍ତା ସାଧାରଣ ନିର୍ବାଚନ ଲୋକସଭା ଓ ବିଧାନସଭା ନିର୍ବାଚନ ପରିଚାଳନା ନିମନ୍ତେ ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଧିକାରୀଙ୍କ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏହି ତାଲିମ କାର୍ଯ୍ୟକ୍ରମରେ ନିର୍ବାଚନ ପରିଚାଳନା ନିମନ୍ତେ ନିୟୋଜିତ ଗୁଡ଼ାରୀ ବ୍ଲକ ଅଞ୍ଚଳର ବିଭିନ୍ନ ବିଭାଗର ମୋଟ ୩୯୩ ଜଣ ସରକାରୀ କର୍ମଚାରୀଙ୍କୁ ତାଲିମ ଦିଆଯାଇଥିଲା। ଏହି ଅବସରରେ ଗୁଡ଼ାରୀ ବିଡ଼ିଓ ଅନିଶା ଦାଶ,ତହସିଲଦାର ଏସ ସ୍ନେହଲତା ,ବିପିଏମ ମାନସ ରଞ୍ଜନ ବାରିକ ଏବଂ ସିଆରସିସି ରବି ଶଂକର ରଥ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ । ପୋଲିଂ ଅଧିକାରୀ ମାନେ କିପରି ବ୍ୟବସ୍ଥିତ ଭାବେ ଡିସ୍ପର୍ଶଲ କେନ୍ଦ୍ରରୁ ବୁଥ ପର୍ଯ୍ୟନ୍ତ ଯିବେ, ବୁଥରେ କେଉଁ ଅଧିକାରୀଙ୍କ କଣ କାର୍ଯ୍ୟ ତାହା ବୁଝାଇ ଥିଲେ । ଇଭିଏମ ସଂଯୋଗୀକରଣ, ଭିଭିପାଟ ବିଷୟରେ ସଚେତନ, ମୋକ ପୋଲ, ଚିହ୍ନିତ ଭୋଟର ତାଲିକା ଆଦି ବିଷୟରେ ସରଳ ଭାବେ ତାଲିମ ଦିଆଯାଇଥିଲା । ସେହିପରି ଭୋଟ ଗ୍ରହଣ ଦିନ ଶାନ୍ତି ଶୃଙ୍ଖଳା ସହ ଭୋଟ ଦାନ ପ୍ରକ୍ରିୟା କିପରି କରି ପାରିବେ, ସେକ୍ଟର ଅଧିକାରୀଙ୍କ ସହ ଯୋଗାଯୋଗ କରି ପ୍ରତି ଦୁଇ ଘଣ୍ଟାକୁ ଥରେ ଭୋଟ ପୋଲିଂ ବିଷୟରେ ସୂଚନା ଦେବାକୁ ତାଲିମ ପ୍ରଦାନ କରିଥିଲେ । ପ୍ରତ୍ୟେକ ପୋଲିଂ ଅଧିକାରୀ ଭୋଟ ଗ୍ରହଣ ଦିନ ନିଜ ନିଜ କର୍ତ୍ତବ୍ୟ ସୁଚାରୁ ରୁପେ ସମ୍ପାଦନ କରିବାକୁ ରାୟଗଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମନୋଜ ସତ୍ୟବାନ ମହାଜନ ଓ ଗୁଣପୁର ଉପ ଜିଲ୍ଲାପାଳ କୀରଣ ଦୀପ କୌର ପରାମର୍ଶ ଦେଇଥିଲେ। ସେହିପରି ଜିଲ୍ଲାପାଳ ଶିବିରରେ ଉପସ୍ଥିତ ରହି ସନ୍ଦେହ ଥିବା କର୍ମଚାରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ବି ହରିନାଥ ରାଓ ପରିଚାଳନା କରିଥିଲେ।

Leave A Reply

Your email address will not be published.