ପଦ୍ମପୁର :- ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁର ପଶ୍ଚିମ ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ରଙ୍ଗବତୀ ଦିନ୍ ପାଳିତ ହୋଇଯାଇଛି। ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ଙ୍କ ଜନ୍ମଦିନ ସୁଶ୍ରୀ ଜିତେଶ୍ବରୀ ଦାଶ ଙ୍କ ସଭାପତିତ୍ବ ରେ ଓ ସମ୍ପାଦକ ରାଜେନ୍ଦ୍ର ମହାନ୍ତି ଙ୍କ ସମ୍ପାଦନାରେ ସ୍ଥାନୀୟ ମେହେର ଧର୍ମଶାଳାରେ ମହା ଆଡ଼ମ୍ବରେ ଅନୁଷ୍ଠିତ ହୋଇଯାଇଛି l ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ, ଖମାର ଅନୁଗୁଳ ର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ଅକ୍ଷୟ କୁମାର ପଣ୍ଡା ମୁଖ୍ୟ ବକ୍ତା ରୂପେ ଯୋଗଦାନ କରି ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ପଶ୍ଚିମ ଓଡ଼ିଶାର ଅସ୍ମିତା ର ରୁପକାର ବୋଲି ସେ କହି ଥିଲେ ତତ୍ ସଂଗେ ସେ ଗୌନ୍ତିଆଙ୍କ ଅନେକ ଅଭୁଲା ଗୀତ ଗାଇ ଶ୍ରୋତାଙ୍କ ମନ ମୋହି ନେଇଥିଲେ। ଅନ୍ୟତମ ଆଲୋଚକ ଶ୍ରୀ ସନ୍ତୋଷ ସିଂହ ଠାକୁର ମଧ୍ୟ ତାଙ୍କର ସାହିତ୍ୟ ର ଭୁରିୟସୀ ପ୍ରଶଂସା କରିଥିଲେ। ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଶ୍ରୀଯୁକ୍ତ ଯଶୋବନ୍ତ ବିଶ୍ୱାଳ ଡ଼ଃ ଅବନିକାନ୍ତ ସାହୁ,ଶେଷଦେବ ମେହେର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l ଶ୍ରୀମତୀ ସ୍ବର୍ଣ୍ଣକାନ୍ତି ପତି ଙ୍କ ସଂଯୋଜନା ରେ ଏକ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଥିଲା l ଆଖଣ୍ଡଳ ଦାଶ, ନରୋତ୍ତମଃ ଦାଶ, ସୁରେଶ ଚୌହାନ, ପ୍ରତିମା ବାରିକ, ଡ଼ ଅବନୀ କାନ୍ତ ସାହୁ ଭୋଜରାଜ ବୁଡ଼େକ ପ୍ରମୁଖ କବି ମାନେ କବିତା ପାଠ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସୁରେଶ ଚୌହାନ ଙ୍କ କୋଶଲ ଇତିହାସ ପୁସ୍ତକ ମୁଖ୍ୟ ବକ୍ତା ତଥା ଅତିଥି ଙ୍କ ଦ୍ୱାରା ଉନ୍ମୋଚିତ ହୋଇ ଥିଲା l କରୁଣାକର ମେହେର, ହରିବୋଲ ମେହେର, ରଘୁନାଥ ପୁରୀ ପ୍ରମୁଖ ଯୋଗଦାନ କରିଥିଲେ l ଶେଷରେ ଶ୍ରୀ ଆଦିତ୍ୟ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post