ରାଉରକେଲା(ବସନ୍ତ କୁମାର ଜେନା): ଆସନ୍ତା ୨୭ ତାରିଖ ଦିନ କେନ୍ଦ୍ରୀୟ ଦୋଳ ମିଳନ ସେକ୍ଟର ୭ସ୍ଥିତ ଦୋଳମିଳନ ପଡିଆ ଠାରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ସେକ୍ଟର ୧୫ସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକ୍ରମର ଅଧ୍ୟକ୍ଷ ହରିହର ରାଉତରାୟ ଓ ସମିତିର ସଭାପତି ବିରାଜ ମୋହନ ବିଶ୍ବାଳ ପ୍ରମୁଖ ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ଏଭଳି କାର୍ଯ୍ୟକ୍ରମ ପ୍ରାୟ ୧୦ବର୍ଷ ହେବ ଅନୁଷ୍ଠିତ ହୋଇଆସୁଛି। ଗତବର୍ଷ ୩୬ଟି ଦୋଳ ବିମାନ ଯୋଗଦେଇଥିବା ବେଳେ ଚଳିତ ବର୍ଷ ଏହା ୫୦ଟି ବିମାନ ଯୋଗ ଦେବେ ବୋଲି ଆଶା କରାଯାଉଛି। ସଂସ୍କୃତି, ପରମ୍ପରା କୁ ବଞ୍ଚାଇ ରଖିବା ଓ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ଏଭଳି ପ୍ରୟାସ ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି। ଉକ୍ତ ୨୭ତାରିଖ ଦିନ ବିଶିଷ୍ଟ ଅତିଥି ମାନଙ୍କ ଦ୍ଵାରା ଏକ ସ୍ମରଣିକା ଉନ୍ମୋଚନ, ଓଡ଼ିଶୀ ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେହିପରି ସମସ୍ତ ଦୋଳ ବିମାନ ସେକ୍ଟର ୭ କମ୍ୟୁନିଟି ସେଣ୍ଟର ଠାରୁ ଶୋଭାଯାତ୍ରା ରେ ବାହାରି ମେଳଣ ପଡ଼ିଆଠାରେ ମିଳିତ ହେବେ। ପ୍ରଥମ ଆସିଥିବା ମେଢ ଓ ସୁସଜ୍ଜିତ ମେଢ କୁ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯିବ। ମେଳଣରେ ଯୋଗଦେଉଥିବା ପ୍ରତ୍ୟେକ ବିମାନ କୁ ଦୁଇହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ଓ ପ୍ରାୟ ୫ହଜାର ଶ୍ରଦ୍ଧାଳୁ ଙ୍କ ପାଇଁ ପ୍ରସାଦ ସେବନର ବନ୍ଦୋବସ୍ତ କରାଯାଇଛି ବୋଲି ଅନୁଷ୍ଠାନ ତରଫରୁ ସୂଚନା ପ୍ରଦାନ କରାଯାଇଛି। ପ୍ରତିଷ୍ଠାତା ସଦସ୍ୟ ସୁଶାନ୍ତ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ଉପଦେଷ୍ଟା ଉତ୍ତମ କୁମାର ସାମଲ, ଡାକ୍ତର ମାନସୀ ଜେନା, ଜୟନ୍ତୀ ଦାସ,ସମ୍ପାଦକ ପ୍ରଶାନ୍ତ କୁମାର ସାମଲ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଷ୍ଣୁ ଚରଣ ବିଶ୍ବାଳ, ଇଶ୍ଵର ଭଞ୍ଜ, ଦିଲ୍ଲିପ ସାହୁ, ପର୍ଶୁରାମ ପୋଥାଳ, ଅକ୍ଷୟ ରାଉତ, କପିଳେଶ୍ୱର ମିଶ୍ର, କମଳାକାନ୍ତ ସାମଲ, ରାମଚନ୍ଦ୍ର ଦାସ, ଦିପ୍ତିରଞ୍ଜନ ବାରିକ, ନରେନ ଦାସ,ପ୍ରିୟବ୍ରତ ଭଞ୍ଜ, ପରୀକ୍ଷିତ ମହାରଣା, ରେଖା କୋଠରୀ, ସଂଜୀବ ସାନ ସ୍ବାଇଁ, ରାକେଶ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସଂଯୋଜକ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.