୨୫ ତମ(ସିଲଭର ଜୁବୁଲି)ସର୍ବଭାରତୀୟ ବୋଡାସମ୍ବର କପ ପାଇଁ ପ୍ରସ୍ତୁତି ଆରମ୍ଭ

0

ପଦ୍ମପୁର-ଚଳିତ  ବର୍ଷ ସର୍ବଭାରତୀୟ ବୋଡାସମ୍ବର କପ କ୍ରିକେଟର ସିଲଭର ଜୁବୁଲି ହୋଇଥିବାରୁ ଧୂମଧାମରେ ପାଲିତ ହେବ ବୋଲି ଯୋଜନା କରାଯାଇଛି । ଏ ବର୍ଷ ୦୯/୦୧/୨୦୧୯ରେ ଆରମ୍ଭ ହୋଇ ୨୦/୦୧/୨୦୧୯ ରେ ଫାଇନାଲ ହେବ ବୋଲି ଏହି ବୈଠକରେ ଯୋଜନା କରାଯାଇଛି । ଏହି କପରେ ରାଜ୍ୟ ତଥା ରାଜ୍ୟ ବାହାରର  ସମୁଦାୟ ୨୦ଗୋଟି ଦଳ  ଅଂଶଗ୍ରହଣ କରିବେ ଏବଂ ପ୍ରତ୍ୟେକ ମ୍ୟାଚ ଟି ୨୦ ଫର୍ମାଟରେ ଅନୁଷ୍ଠିତ ହେବ । ସେମିଫାଇନାଲ ଓ ଫାଇନାଲ ୪୦ଓଭର ବିଶିଷ୍ଟ ହେବ,ଟୁର୍ଣ୍ଣାମେଣ୍ଟର ବିଜେତା ଦଳକୁ ଏକଲକ୍ଷ ଟଙ୍କା ଓ ଉପବିଜେତା ଦଳକୁ ପଚାଶ ହଜାର ଟଙ୍କା,ମ୍ୟାନ ଅଫଦି ମ୍ୟାଚ ପାଇଁ ଦୁଇ ହଜାର ଟଙ୍କା ଓ ମ୍ୟାନ ଅଫଦି ସିରିଜ ପାଞ୍ଚ ହଜାର ଟଙ୍କା ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବ ।ସିଲଭର ଜୁବୁଲି ପାଇଁ ବୋଡାସମ୍ବର ସ୍ପୋର୍ଟିଙ୍ଗ ତରଫରୁ କିଛି ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ୧୯/୦୧/୨୦୧୯ ରେ ଏକ ମହିଳା କ୍ରିକେଟ ମ୍ୟାଚ ମଧ୍ୟ ଆୟୋଜିତ କରାଯିବ । ଏହା ସହ ସହର ତଥା ଅଞ୍ଚଳର କ୍ରିକେଟ ପ୍ରେମୀ କିପରି ଏହି ଟ୍ରଫିକୁ ଠିକ ଭାବରେ ଉପଭୋଗ କରିବେ ସେଥିପାଇଁ ବ୍ୟବସ୍ଥା କରାଯିବ । କିଛି କଲେଜରେ ପାଠ ପଢୁଥିବା ପିଲା ୨୫ ବର୍ଷ ପୂର୍ବେ ବୋଡାସମ୍ବର କପ ଆରମ୍ଭ କରିଥିଲେ ଏହା ବର୍ତ୍ତମାନ ୨୫ବର୍ଷରେ ପଦାର୍ପଣ କରି ସର୍ବଭାରତୀୟ କ୍ଷେତ୍ରରେ ସୁନାମ ଅର୍ଜନ କରିପାରିଛି  । ଚଳିତ ବର୍ଷ କର୍ମକର୍ତ୍ତା ମଧ୍ୟରେ ସୁନିଲ ସାହୁ ସଭାପତି, ଦିପକ ଜୟପୁରିଆ ଉପସଭାପତି, ଭରତ ପଣ୍ଡା ସମ୍ପାଦକ, ସନି ସାଗର ସହସମ୍ପାଦକ, ସୁନିଲ ଦାଶ କୋଷାଧ୍ୟକ୍ଷ, ସୁଶୋଭନ ପାଣିଗ୍ରାହୀ ସହ କୋଷାଧ୍ୟକ୍ଷ, ଏବଂ ଉପଦେଷ୍ଟା ମଣ୍ଡଳିରେ ଦିନେଶ ପାଣିଗ୍ରାହୀ, ସୁଶିଲ ଦାଶ,ପ୍ରଦୀପ ପାଢୀ,ପ୍ରମୋଦ ମିଶ୍ର, ନାରାୟଣ ପୁରୋହିତ, କପିଲେଶ୍ବର ଅଗ୍ରୱାଲ, ସୁରଜୀତ ଦୀପ,ମନୋଜ ପଣ୍ଡା, ସୁଶାନ୍ତ ସାହୁ,ବିକାଶ କୁମାର ଓ ରାମଚନ୍ଦ୍ର ସାହୁ ନିର୍ବାଚିତ ହୋଇଛନ୍ତି।ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆୟୋଜକ ବୋଡାସମ୍ବର ସ୍ପୋର୍ଟିଂ ର କର୍ମକର୍ତ୍ତା ମାନେ ସୂଚନା ଦେଇଛନ୍ତି।ଇଛୁକ ଦଳ ମାନେ ସମ୍ପାଦକ ବୋଡାସମ୍ବର ସ୍ପୋର୍ଟିଙ୍ଗ କିମ୍ବା ପ୍ରଶାନ୍ତ ମହାନ୍ତି( *ମୋ-9437256625,8456056625* )ଙ୍କୁ ସମ୍ପର୍କ କରିବାକୁ ଅନୁରୋଧ ।

Leave A Reply

Your email address will not be published.