ବ୍ଲକ ସ୍ତରୀୟ ଲକ୍ଷେ ଘର ଗଣ୍ଡାସମାଜ ସଂଘ ର ପ୍ରତିଷ୍ଠାନ ଓ ନୂତନ କମିଟି ଗଠନ

0

ସୋହେଲା/ଶାସକ ପ୍ରଶାସକ: ସୋହେଲା ଠାରେ ବ୍ଲକସ୍ତରୀୟ ଲକ୍ଷେ ଘର ଗଣ୍ଡା ସମାଜ ସଂଘର ପ୍ରତିଷ୍ଠା ହବାସହ ନୂତନ କମିଟି ଗଠନ କରାଯାଇଛି । ପୂର୍ବତନ ସଭାପତି ସ୍ୱର୍ଗତ ମଙ୍ଗଳ ପ୍ରସାଦ ମହାନନ୍ଦଙ୍କ ଶ୍ରାଦ୍ଧ ଦିବସ ପାଳନ ଓ ସ୍ମୁତିକମିଟି ଗଠନ ନିମନ୍ତେ ଅନୁଷ୍ଠିତ ଉକ୍ତ ସଭାରେ ସମାଜରେ ପରିଲକ୍ଷିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯିବା ସହ ସମାଜର ସଙ୍ଗଠନକୁ ସୁଦୃଢ କରିବାପାଇଁ ନୂତନ କମିଟି ଗଠନ କରାଯାଇଥିଲା । ନୂତନ କମିଟିର ସଭାପତି ନାରାୟଣ ଭେସ୍ରା,ଉପ ସଭାପତି ଚୈତନ୍ୟ ବାଗ,ପରମା ଦୀପ, ସୁଦନ ଜଗଦଲା,ତପୋବନ୍ତ କୁମ୍ଭାର,ସାଧାରଣ ସଂପାଦକ ବଳରାମ ଦୀପ,ଗୋପାଳ କଲେତ,ଅରବିନ୍ଦ ମହାନନ୍ଦ,ରମେଶ ଦୀପ,ଆଇନ ପରାମର୍ଶଦାତା ଗୋଲକ ଗୁଣ୍ଡି,କୋଷାଧ୍ୟକ୍ଷ ଦାମୋଦର କଲେତ,ପରାମର୍ଶଦାତା ମଣ୍ଡଳୀ ଗୋବିନ୍ଦ ଲୁହା,ପ୍ୟାରୀ ଗୁଆନ,ଦୁକାଲ ସୁନା,ବାଲି ମହାନନ୍ଦ,ଜନ୍ମ ଶିକା,ଲଲିତ ମହାନନ୍ଦ,ଜୟସିଂ ବାଗ,ସୁଶୀଳ ମହାନନ୍ଦ,ଗୋପବନ୍ଧୁ ମଗ୍ରୀ ଆଦିଙ୍କ ନାମ ପ୍ରସ୍ତାବିତ ହୋଇ ସର୍ବ ସମ୍ମତି କ୍ରମେ ଗୃହୀତ ହେଲା ।ସେବା ସଂଘର ପ୍ରତିଷ୍ଠାତା ସ୍ୱର୍ଗତ ମଙ୍ଗଳ ପ୍ରସାଦ ମହାନନ୍ଦ ଙ୍କ ଶ୍ରାଦ୍ଧବାର୍ଷିକୀ ଚଳିତ ବର୍ଷ ଆସନ୍ତା ତା ୧୩/୧୧/୨୦୧୮ ରିଖ ମଙ୍ଗଳବାର ଦିନ ତାଙ୍କ ନିଜସ୍ବ ଗ୍ରାମ ସିଧିରା ଠାରେ ସମାଜର ଜନସାଧାରଣଙ୍କ ସମବେତରେ ଅନୁଷ୍ଠିତ ହେବାପାଇଁ ସ୍ଥିର ହୋଇଅଛି । ସେବା ସଂଘର ପୂର୍ଣ୍ଣାଙ୍ଗ ଓ ଉନ୍ନତି କାମନାକରି ଶ୍ରୀମତୀ ଜମ୍ବୋବତୀ ଲୁହା ନିଜ ମାସିକ ଆୟର ୨% ଆର୍ଥିକରାଶି  ସହଯୋଗ କରିବାକୁ ସର୍ବ ସମ୍ମୁଖରେ ଘୋଷଣା କରିଥିଲେ ।ଏହି ଗଣ୍ଡା ମହାସଭାକୁ ଜନ୍ମଜୟ ବାଗ, ସଂଜୀବ ଲୁହା,ସୁଦାମ ବାଗ,ସୁମନ୍ତ ମହାନନ୍ଦ,ବିକ୍ରମ ମହାନନ୍ଦ, ମନ ବାଗ,ମଣ୍ଟୁ ନନ୍ଦ,ଚନ୍ଦ୍ର ଗୁଣ୍ଡି,ନବୀନ ବାଗ,ଯଶୋବନ୍ତ କୁମ୍ଭାର,ଅନନ୍ତ ଦୀପ,ବିଷ୍ଣୁ ମହାନନ୍ଦ,ସଂଜୟ ଲୁହା,ସୁରଜ ମୁନା,ପ୍ରଶାନ୍ତ,ଗରିବ କୁମ୍ଭାରଙ୍କ ସହ ଘେଂସ ଗଣ୍ଡାପଡାବାସୀ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବ୍ଲକର ୨୬ଗୋଟି ଗ୍ରାମ ପଞ୍ଚାୟତର ପ୍ରାୟ ପାଞ୍ଚହଜାର ଗଣ୍ଡା ସମାଜର ଲୋକ ଉପସ୍ଥିତିରେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇଥିଲା 

Leave A Reply

Your email address will not be published.