ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ର ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୁର ଠାରେ ଗଜପତି ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ଶିକ୍ଷକ , ଶିକ୍ଷା ନିର୍ଦ୍ଦେଶାଳୟ ଓ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ , ଭୁନେଶ୍ବର ଆନୁକୁଲ୍ୟରେ ଓ ଜିଲ୍ଲା ଶିକ୍ଷଧିକାରୀ ପ୍ରଦୋଶ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ପାଳିତ ହୋଇଯାଇଛି।
ଉକ୍ତ ବିଜ୍ଞାନ ଦିବସରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧକାରୀ ମନୋଜ ରଞ୍ଜନ ଦଳାଇ ଉଦ୍ଘାଟନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଏ.ରବି କୁମାର ସ୍ଵାଗତ ଭାଷଣ ସହ ବିଜ୍ଞାନ ଦିବସ ପାଳନର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଚଳିତ ବର୍ଷର ବିଜ୍ଞାନ ଦିବସ ପାଳନ ର ମୁଖ୍ୟ ବିଷୟ “ବିକାଶ ଭାରତ ପାଇଁ ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟା” ବିଷୟ ରେ କହିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସି ଭି ରମଣଙ୍କ ରମଣ ପ୍ରଭାବ ଉପରେ ଆଲୋକ ପାତ କରି ଛାତ୍ର/ଛାତ୍ରୀ ମାନଙ୍କୁ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ପାଇଁ ଏହି ଦିବସ ପାଳନ ନିହାତି ଆବଶ୍ୟକ ବୋଲି କହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ବି ଇ ଓ ବାଳକୃଷ୍ଣ ମାଝୀ ଯୋଗ ଦେଇ ବିଜ୍ଞାନ ର ପ୍ରସାର ଶିକ୍ଷକ ମାନଙ୍କ ଦ୍ଵାରା ହୋଇପାରିବ ବୋଲି କହିଥିଲେ। ଏହି ଦିବସ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ୫୦ରୁ ଉର୍ଦ୍ଧ ବିଜ୍ଞାନ ଶିକ୍ଷକ/ଶିକ୍ଷୟତ୍ରୀ ଯୋଗଦେଇଥିଲେ। ଶିକ୍ଷୟତ୍ରୀ ନର୍ମଦା ଦେଇ ଧନ୍ୟବାଦ୍ ଦେଇଥିଲେ ।
ଏ.ଜଗଦିଶ , ମୋହନ ବାରିକ , ରବୀନ୍ଦ୍ର ପ୍ରଧାନ କାର୍ଯକ୍ରମ ପରିଚାଳନା କରିଥିଲେ। ବିଦ୍ୟାଳୟ ର ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ।

Leave A Reply

Your email address will not be published.