ବିଜୁ ସେତୁ ଯୋଜନାରେ, “ବଡନଦୀ ସେତୁ”ର ଶୁଭ ଉଦ୍ଘାଟନ: ଭଞ୍ଜନଗରେ କିମ୍ସ ହସ୍ପିଟାଲ ନିଶ୍ଚିତ

0

ଭଞ୍ଜମାଟି ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା } :  ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବାରୁଡ଼ା ଗ୍ରାମ ପଂଚାୟତରେ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ ପୌରହିତ୍ୟରେ ମାନ୍ୟବର ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ,ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦିପ କୁମାର ,ଅମାତ ଭଞ୍ଜନଗର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ଖଣ୍ଡ ସମସ୍ତ ବ୍ଳକକୁ ବୃହତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ର ଭୂମିପୂଜା କରି ଶୁଭାରମ୍ଭ କରିଥଲେ। ଏଥିରେ କନ୍ଧମାଳ ସାଂସଦ ତଥା କିସ୍ ବିଶ୍ଵବିଦ୍ୟାଳୟ ର ପ୍ରତିଷ୍ଠାତା ଡ଼କ୍ଟର ଅଚ୍ୟୁତ ସାମନ୍ତ ଅତିଥି ଭାବେ ଯୋଗଦାନ କରିଥିଲେ।

ଏଥିସହ ୧୬୦୦ କୋଟିରେ ହେବାକୁ ଥିବା ମହାନଦୀ ମେଗା ପାନୀୟ ଜଳ ପ୍ରକଳ୍ପ ର ଶିଳାନ୍ୟାସ ଉତ୍ସବ ବାରୁଡ଼ା ଠାରେ ହୋଇଥିଲା। ଏହି ପ୍ରକଳ୍ପ ଦ୍ବାରା ଭଞ୍ଜନଗର ସମେତ କବିସୂର୍ଯ୍ୟନଗର, ସୋରଡ଼ା, ଆସିକା, ଧରାକୋଟ, ପୁରୁଷୋତ୍ତମ ପୁର, ପୋଲସରା, ଜଗନ୍ନାଥ ପ୍ରସାଦ, ଵେଲଗୁଣ୍ଠା, ବୁଗୁଡ଼ା ଏବଂ ଗଞ୍ଜାମ୍ ବେଗୁନିଆ ପଡ଼ା ବ୍ଳକ୍ ର ତିନୋଟି ପଞ୍ଚାୟତ ର ଜନସାଧାରଣ ଉପକୃତ ହେବେ। ତତ୍ ସହିତ ୧୩ କୋଟି ଟଙ୍କା ବ୍ୟୟ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ” ବିଜୁ ସେତୁ” ଯୋଜନାରେ ରାଇ ପଲ୍ଲୀ ଠାରେ ବଡନଦୀ ସେତୁର ଆଜି ଶୁଭ ଉଦଘାଟନ ହୋଇଯାଇଛି। ଏଥିସହ ଭଞ୍ଜନଗର ଭାୟା ତିଲିଶୀଙ୍ଗି ଦଶପଲ୍ଲା ରାସ୍ତାର ଶିଳାନ୍ୟାସ ମଧ୍ୟ ହୋଇଥିଲା । ତତ୍ ସମେତ ଆୟୋଜିତ ବିଭିନ୍ନ ସଭା ଗୁଡ଼ିକରେ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ, ଜଙ୍ଗଲ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ ଅମାତ, ଏବଂ କିଟ୍ ବିଶ୍ୱବିଦ୍ୟାଳୟ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ସମ୍ନାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଆୟୋଜିତ ଶିଳାନ୍ୟାସ ସଭା କାର୍ଯ୍ୟକ୍ରମ ରେ ଅର୍ଥମନ୍ତ୍ରୀ ନିଜ ବକ୍ତବ୍ୟ ରଖିଥିଲେ ଯେ, କିଛି ଦିନପରେ ଭଞ୍ଜନଗର ପରିବହନ କାର୍ଯ୍ୟାଳୟ ନିକଟରେ
କିମ୍ସ ହସ୍ପିଟାଲ ହେବାକୁ ଯାଉଛି। ଆଦର୍ଶ ଆଚରଣ ବିଧି ଲାଗୁ ପୁର୍ବରୁ ତାହାର ଶିଳାନ୍ୟାସ ହେବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଉକ୍ତ ହସ୍ପିଟାଲ ନିର୍ମାଣ ହେଲେ ଆମ ଅଞ୍ଚଳର ରୋଗୀମାନେ ଅତ୍ୟାଧୁନିକ ସ୍ବାସ୍ଥ୍ୟ ସେବା ପାଇ ପାରିବେ। ଏଥିସହ ଗରିବ ଲୋକେ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଧ୍ୟମରେ ମାଗଣା ସ୍ବାସ୍ଥ୍ୟ ସେବା ପାଇବେ। ଯେଉଁଦିନ ଶିଳାନ୍ୟାସ ଉତ୍ସବ ହେବ ସେହିଦିନ ଅଞ୍ଚଳର ୬୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯିବ ବୋଲିି ମଧ୍ୟ ପ୍ରକାଶ କରାଯାଇଥିଲା।

Leave A Reply

Your email address will not be published.