ଜଗତସିଂହପୁର,ତା-୨୭.୦୨.୨୦୨୪/ସୁମନ୍ତ କୁମାର ଦାସ :ଜଗତସିଂହପୁର ବ୍ଲକ ମୁଖ୍ୟାଳୟ ଠାରୁ ମାତ୍ର ୬ କିମି ଦୂରରେ ଅବସ୍ଥିତ ଶାଳଜଙ୍ଗ ପଂଚାୟତର କାଂଶ ଗ୍ରାମ ୧୬ ନମ୍ବର ୱାର୍ଡ । ଏହି ଗାଁ ଏକ ଅଭିଶପ୍ତ ଗ୍ରାମ କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ଗ୍ରାମରେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କାଯ୍ୟକାରୀ ହୋଇନାହିଁ କିନ୍ତୁ ଗୋଟିଏ ପଟେ ସରକାର ଆମ ଗାଁ ଆମ ବିକାଶ ର ନାରା ଦେଉଥିବା ବେଳେ ଏହି ଗ୍ରାମରେ ବିକାଶ ଯେମିତି ଅପହଞ୍ଚ ଲାଗୁଛି। ସ୍ୱାଧୀନତା ର ୭୪ ବର୍ଷ ପରେ ମଧ୍ୟ ଏଠି ପରାଧୀନ l କିନ୍ତୁ ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶର ଯୋଜନା! ସେହିପରି ପାନୀୟ ଜଳ ଯୋଗାଣ , ପରିମଳ ବ୍ୟବସ୍ଥା ଓ ଗ୍ରାମ ଦେଇଯାଇଥିବା ରାସ୍ତା ଅନ୍ୟ ଏକ ସମସ୍ୟା । ଗ୍ରାମବାସୀ ଙ୍କ ଅଭିଯୋଗ ପ୍ରକାରେ ଗାଁ ରେ ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହୋଇପାରୁନି । ସୋଲାର ପାନୀୟ ପାଇପ ଲାଗିଥିବା ବେଳେ କୌଣସି କାର୍ଯ୍ୟ ହେଉନି । ଯାହା ଫଳରେ ଅନେକ ସମୟରେ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ପରିମଳ ବ୍ୟବସ୍ଥା ନାମରେ ଆସୁଥିବା ଟଙ୍କା କୁ ଖର୍ଚ୍ଚ କରାଯିବା ବଦଳରେ ଟଙ୍କା କୁ ଆତ୍ମସାତ କରାଯାଉଛି। ଫଳରେ ଗ୍ରାମର ଅନେକ ଜାଗାରେ ମଇଳା ଜମା ହୋଇ ରହିବା ସହ ଲୋକେ ବିଭିନ୍ନ ପ୍ରକାରର ରୋଗର ଶିକାର ହେଉଛନ୍ତି। ସେହିପରି ଗ୍ରାମ ଦେଇ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଅବସ୍ଥା କହିଲେ ନସରେ । ବର୍ଷା ରେ ଏହି ରାସ୍ତାରେ ଚାଲିଯିବା ମଧ୍ୟ ସମ୍ଭବ ହେଉନାହିଁ । ବାରମ୍ବାର ସ୍ଥାନୀୟ ଜନପ୍ରତିନିଧି ଓ ସ୍ଥାନୀୟ ପ୍ରଶାସନ କୁ କୁହାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ବୋଲି କହିଛନ୍ତି ଗ୍ରାମବାସୀ। ଏ ନେଇ ଆମେ ଜଗତସିଂହପୁର ଜିଲ୍ଲାପାଳ ଓ ବିଡ଼ିଓ ଙ୍କୁ ଅବଗତ କରାଇବାରୁ ସେ କହିଛନ୍ତି ଅତିଶୀଘ୍ର ପାନୀୟ ଜଳ ସମସ୍ୟା ଓ ପରିମଳ ବ୍ୟବସ୍ଥା ର ସମାଧାନ କରାଯିବ କିନ୍ତୁ ଏହି ସବୁ ସମସ୍ୟା ସମାଧାନ କରିବା ବଦଳ ରେ ପ୍ରତିଶୃତି ହୋଇ ରହିଗଲା l ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ଦେଖି ଗ୍ରାମ ବାସି ମାନେ ଆଗାମୀ ଦିନ ରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି l ଏହି ଗ୍ରାମ ବାସି ଙ୍କ ସମସ୍ୟା ବିଷୟ ରେ ଶୁଣିବା ପରେ ଶାଳଜଙ୍ଗ ପଂଚାୟତ ର ସରପଞ୍ଚ ଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ପ୍ରତିକ୍ରିୟା ରେ ନିଜର ମନ୍ତ୍ୟବ ରଖି କହିଲେ କି ସେଇଟା ଗ୍ରାମ୍ୟ ଜଙ୍ଗଲ ଅଛି ଯୋଜନା ରେ ଅନ୍ତର୍ଭୁତ ହେବେ ନାହିଁ ବୋଲି କହିଛନ୍ତି l
Sign in
Sign in
Recover your password.
A password will be e-mailed to you.
Next Post