ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ତହସିଲ କାର୍ଯ୍ୟାଳୟ ପକ୍ଷରୁ ଆଜି ବାରଗାଡ଼ ସ୍ଥିତ ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ପରିସର ରେ ରାଜସ୍ବ ମେଳା ଆୟୋଜିତ ହୋଇଯାଇଛି। ଏହି ଅବସର ରେ ହିତାଧିକାରୀ ମାନଙ୍କୁ ଘରଡିହ ପଟ୍ଟା ବଣ୍ଟନ କରାଯିବା ସହିତ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅନ୍ତର୍ଗତ ଥିବା ବିଭିନ୍ନ ଯୋଜନା ଗୁଡିକ ସମ୍ପର୍କରେ ରେ ସଚେତନତା ସୃଷ୍ଟି କରାଯାଇଥିଲା।
କାର୍ଯ୍ୟକ୍ରମ ରେ ସଦର ତହସିଲ ଅନ୍ତର୍ଗତ ୮ ଜଣ ଭୂମିହୀନ ହିତାଧିକାରୀ ଙ୍କୁ ବସୁନ୍ଧରା ଯୋଜନା ରେ ଘରଡିହ ପଟ୍ଟା ବଣ୍ଟନ କରାଯାଇଥିଲା। ଏଥି ସହିତ ଉପସ୍ଥିତ ଜନସାଧାରଣଙ୍କୁ ଜମି ପଟ୍ଟା ପାଇବା ନିମନ୍ତେ ଫର୍ମ ବଣ୍ଟନ କରାଯାଇଥିଲା। ଏଥିରେ ତହସିଲଦାର ଶ୍ରୀ କୁଳମଣି
ରଣବିଡ଼ା, ଅତିରିକ୍ତ ତହସିଲଦାର, ରାଜସ୍ବ ପର୍ଯ୍ୟବେକ୍ଷକ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣ ଙ୍କୁ ବିଭାଗ ପକ୍ଷରୁ ଉପଲବ୍ଧ ଥିବା ବିଭିନ୍ନ ଯୋଜନା , କାର୍ଯ୍ୟକ୍ରମ ଯଥା ଜମିଜମା ଜନିତ, ବାସସ୍ଥାନ ପ୍ରମାଣ ପତ୍ର, ଆୟ ପ୍ରମାଣପତ୍ର, ଆୟ ଏବଂ ସମ୍ପତ୍ତି ପ୍ରମାଣପତ୍ର, ଜାତିଗତ ପ୍ରମାଣ,ଅନଲାଇନ୍ ପଟ୍ଟା ର ପ୍ରମାଣିତ ନକଲ ଆଦି , ସେହିପରି ରାଜ୍ୟ ସରକାର ଙ୍କ ଦ୍ଵାରା ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ପ୍ରାକୃତିକ ବିପର୍ଯ୍ୟୟ ( ବିଜୁଳି, ଗ୍ରୀଷ୍ମ ପ୍ରବାହ, ପ୍ରବଳ ବର୍ଷା, ଡଙ୍ଗା ବୁଡି, ପାଣିରେ ବୁଡିଯିବା, ସାପ କାମୁଡା ଇତ୍ୟାଦି କାରଣ ଯୋଗୁଁ ମୃତ୍ୟୁ ବରଣ କରିଥିବା କ୍ଷେତ୍ର ରେ ଥିବା ଆର୍ଥିକ ସହାୟତା ଆଦି ଉପରେ ଆଲୋକପାତ କରିବା ସହିତ ଜନସାଧାରଣ ମାନେ ନିଜ କାର୍ଯ୍ୟ କରେଇବା ନିମନ୍ତେ କୌଣସି ତୃତୀୟ ପକ୍ଷ ବା ଦଲାଲ ମାନଙ୍କୁ ପ୍ରଶ୍ରୟ ଦେବା ଉଚିତ୍ ନୁହେଁ ଏବଂ ନିଜର ଆବଶ୍ୟକୀୟ କାର୍ଯ୍ୟ ସାଧନ ନିମନ୍ତେ ଅନଲାଇନ୍ ମାଧ୍ୟମରେ ସ୍ଥାନୀୟ ଜନସେବା କେନ୍ଦ୍ର ଆଦି ର ଉପଯୋଗ କରିବା ଦରକାର କିମ୍ବା ସ୍ଥାନୀୟ ରାଜସ୍ବ ନୀରିକ୍ଷକ ବା ତହସିଲ କାର୍ଯ୍ୟାଳୟ ଠାରେ ଯୋଗାଯୋଗ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ଏଥି ସହିତ କାର୍ଯ୍ୟକ୍ରମ ରେ ଅଂଶୁଘାତ ମୁକାବିଲା ନିମନ୍ତେ ଜନସଚେତନତା ସୃଷ୍ଟି ନିମନ୍ତେ ଲିଫ୍ଲେଟ ମଧ୍ୟ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଓ. ଏ. ଏସ. ଶିକ୍ଷାନବିଶ ସୁଦେବ ପୃଷ୍ଟି ଓ ସରିତା ଓରାମ, କିଂଜିର୍ମା ସରପଞ୍ଚ ଶ୍ରୀମତୀ ସୁରେଶ୍ଵରୀ ଏକ୍କା , ବାରଗାଡ ନାଏବ ସରପଞ୍ଚ, ବାରଗାଡ ରାଜସ୍ବ ନୀରିକ୍ଷକ, ସଦର ତହସିଲ କାର୍ଯ୍ୟାଳୟ ର ଅନ୍ୟାନ୍ୟ ଅଧିକାରୀ, ତଥା ବାରଗାଡ ଅଞ୍ଚଳ ର ହିତାଧିକାରୀ ମାନେ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ସମସ୍ତ ରାଜସ୍ବ ସର୍କଲ ଅଞ୍ଚଳ ରେ ଏହି ରାଜସ୍ବ ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଯୋଜନା ରହିଛି।
Sign in
Sign in
Recover your password.
A password will be e-mailed to you.