(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ଯାତାୟତ ପାଇଁ ଯୋଗାଇ ଦିଆଯାଇଥିବା ବସ ସେବା ନିଶ୍ଚିନ୍ତକୋଇଲି ବ୍ଳକରେ ଶୁଭାରମ୍ଭ ହୋଇଛି । ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ପତାକା ଦେଖାଇ ଦୁଇଟି ବସକୁ ବିଭିନ୍ନ ପଞ୍ଚାୟତକୁ ଯିବା ପାଇଁ ଶୁଭ ଉଦଘାଟନ କରିଛନ୍ତି l ଶୁଭାରମ୍ଭ ହୋଇଥିବା ୨ଟି ବସ ମଧରୁ ଗୋଟିଏ ବସ ତରତ ପଞ୍ଚାୟତରୁ ବାହାରି ଜମରା, କେରିଲୋ,ଓରତି, ନରେନ୍ଦ୍ର ପୁର,ଦାଉଦପୁର, ଝାଡ଼େଶ୍ଵରପୁର, ନଗସପୁର, ନେମାଳ, ତିଳକଣା, ବୁହାଳୋ ପଞ୍ଚାୟତ ଦେଇ ବ୍ଲକ କାର୍ଯ୍ୟାଳୟକୁ ଯିବ l ସେହିପରି ଅନ୍ୟ ବସଟି ମହମ୍ମଦପୁର ପଞ୍ଚାୟତରୁ ବାହାରି ମଣିଜଙ୍ଗ, ଉତ୍ତରକୂଳ,ବାବୁଜଙ୍ଗ,ପାଳଦା,ସାନ୍ତପୁର, ନେମାଳ,ତିଳକଣା, ବୁହାଳ ଦେଇ ବ୍ଳକ କାର୍ଯ୍ୟାଳୟରେ ପହଁଚିବ ବୋଲି ରାସ୍ତା ନିରୁପଣ କରାଯାଇଥିବା ଲକ୍ଷ୍ମୀ ବସର ସୁପର ଭାଇଜର ବାଗ୍ମୀତା ପଣ୍ଡା ପ୍ରକାଶ କରିଛନ୍ତି । ଏହି ବସ ସେବା ଉଦଘାଟନ ଉତ୍ସବରେ ବିଡ଼ିଓ ଧର୍ମରଂଜନ ପଣ୍ଡା, ବ୍ଳକ ଅଧକ୍ଷା ରୋଜି ସେଠୀ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ବ୍ଳକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ପ୍ରାକ୍ତନ ବ୍ଲକ ଅଧକ୍ଷ ଗିରିଶରଂଜନ ମହାପାତ୍ର, ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ, ସଭ୍ୟ ଭୂପତିଭୂଷଣ ଷଣ୍ଢ,ବିପ୍ଲବ କାପ,ଜ୍ୟୋତିପ୍ରକାଶ ସାଇଁ,ପ୍ରମୋଦ ସାଇଁଙ୍କ ସମେତ ବହୁ ବିଜେଡ଼ି ନେତୃବୃନ୍ଦ ଯୋଗ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.