ଓଡ଼ଗାଁ,୨୬।୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ରବିଗାଡିଆ ପଞ୍ଚାୟତ ଦୋଳଗୋବିନ୍ଦପୁର ଗାଁ ଠାରୁ ପାଇକ ବାଙ୍କତରା ଦେଇ ଓଡ଼ଗାଁ ବାହାଡାଝୋଲା ରାଜ୍ୟ ରାଜପଥର ଢୋଲମସ୍କା ଠାରେ ସଞ୍ଜୋଗ ହୋଇଥିବା ଉକ୍ତ ୬ କି.ମି. ରାସ୍ତା ପକାସଡକ ନିର୍ମାଣର ଶିଳାନ୍ୟାସ କଲେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ । ୭ କୋଟି ୧୪ ଲକ୍ଷ ଟଙ୍କା ବ୍ୟୟରେ ଏହି ସଡ଼କ ନିର୍ମାଣ ହେଲେ ସ୍ଥାନୀୟ ଅଞ୍ଚଳ ଯୋଗାଯୋଗ ଓ ଗମନାଗମନ କ୍ଷେତ୍ରରେ ଅଗ୍ରଗତି କରିକ । ନୟାଗଡ଼ ନିର୍ବାଚନ ମଣ୍ଡଳୀ ସିମାନ୍ତରେ ଥିବା ଉକ୍ତ ଗାଁକୁ ବସ, ମିନିବସ୍ ଅଥବା ଲକ୍ଷ୍ମୀ ବସ ଗଡିଲେ ଅଞ୍ଚଳରୁ ସ୍ବଳ୍ପ ମୂଲ୍ୟରେ ବ୍ଳକ ସହିତ ଜିଲ୍ଲା ମୁଖ୍ୟାଳୟକୁ ଗାଁଠୁ ସହର ମଧ୍ୟରେ ଦୁରତା କମିଯିବ । ବଣିଜ ବ୍ୟବସାୟ ବୃଦ୍ଧି ସହିତ କୃଷିଜାତ ଦ୍ରବ୍ୟକୁ ନିକଟତମ ସହରରେ ପହଞ୍ଚାଇବା ନିମନ୍ତେ ସହଜ ହୋଇପାରିବ ବୋଲି ଡ. ସାହୁ କହିଥିଲେ । ଗ୍ରାମ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀ ସସ୍ମିତା ମୁଣ୍ଡୁରି, ସହକାରୀ ଯନ୍ତ୍ରୀ ସଂଜିବ କୁମାର ରଥ, ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁ, ପାଇକ ବାଙ୍କତରା ଗ୍ରାମବାସୀଙ୍କ ପ୍ରସ୍ତାବ ଅନୁସାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ପାଟ କାଳୀ ମନ୍ଦିର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଅଢେଇ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟରେ ହରିଜନ ସାହି କୋଠଘର, ଠାକୁରାଣୀ ମନ୍ଦିର, ଜଗନ୍ନାଥ ମନ୍ଦିର ସନ୍ନିକଟ ଗୋଷ୍ଠୀ ଗୃହ କେନ୍ଦ୍ର ନିର୍ମାଣ ହୋଇଛି । ଦୋଳଗୋବିନ୍ଦପୁର ଗାଁରେ ୩ ଲକ୍ଷ ଟଙ୍କା ବ୍ୟୟରେ ଗୋଷ୍ଠୀ ଗୃହ ନିର୍ମାଣ ଚାଲୁଛି ବୋଲି ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ ଝିଲି ପ୍ରଧାନ, ସରପଞ୍ଚ ମିନତୀ ସେଠୀ, ସମିତି ସଭ୍ୟ ରୁନୁ ବେହେରା, ଓଡ଼ଗାଁ ସମିତି ସଭାପତି ବିଭୁପ୍ରସାଦ ସାହୁ, ସମାଜସେବୀ ସୂର୍ଯ୍ୟନାରାୟଣ ଚୌଧୁରୀ, ପୂର୍ବତନ ସରପଞ୍ଚ ରବିଗାଡିଆ ସରପଞ୍ଚ ଗୋକୁଳ ଚନ୍ଦ୍ର ପ୍ରଧାନ ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.