ରାୟଗଡ/ ଚନ୍ଦ୍ରପୁର : ତା ୨୬.୦୨.୨୦୨୪ ରିଖ ଦିନ ଚନ୍ଦ୍ରପୁର ପଞ୍ଚାୟତ ସମିତି ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅମୁଲ୍ୟ କୁମାର ପାତ୍ର, ଉପଜିଲ୍ଲାପାଳ ଗୁଣୁପୁର ସୁଶ୍ରୀ କିରଣ ଦୀପ କୌର ସହଟା ଉପସ୍ଥିତ ରହି ୪୫ ଟି ଅଭିଯୋଗ ଗ୍ରହଣ କରି ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ ଗୁଡିକର ତୁରନ୍ତ ଫଇସଲା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଆଜି ମୋଟ ୪୫ ଟି ଅଭିଯୋଗ ମଧ୍ୟରୁ ୨୦ ଟି ବ୍ୟକ୍ତିଗତ ଓ ୧୫ ଗୋଟି ସାମୁହିକ ଅଭିଯୋଗ ଦାଖଲ ହୋଇଥିଲା । ଆଜିର ଏହି ଅଭିଯୋଗ ଶିବିରରେ ବିଶେଷ କରି ରାସ୍ତାଘାଟ, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାନୀୟ ଜଳ, ଇଣ୍ଟରନେଟ ସେବା ଆଦି ଉପରେ ଦରଖାସ୍ତ ଗୁଡିକ ଦାଖଲ ହୋଇଥିଲା । ଆଜିର ଏହି ଅଭିଯୋଗ ଶୁଣାଣୀରେ ଜିଲ୍ଲା ମୁଖ୍ୟ ଚିକିତ୍ସା ତଥା ଜନ ସ୍ୱାସ୍ଥ୍ୟ ଅଧିକାରୀ ଲାଲ ମୋହନ ରାଉତରାୟ, ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳ, ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ପିଡି, ୱାଟରସେଡ ଡ଼ଃ ଦୟାନିଧି ବାଗ, ସିଡିଏଓ ମନୋଜ ପ୍ରଧାନ, ଉଦ୍ୟାନ କୃଷି ଉପନିର୍ଦ୍ଧେଶକ ଦୟାନିଧି ରାଉତ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ହାଡ଼ିବନ୍ଧୁ ଭୋଇ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ମୁନିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସନ୍ତୋଶିନୀ ଓରାମ, ଚନ୍ଦ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ, ତହସିଲଦାର ବିଚିତ୍ରାନନ୍ଦ ନାୟକ, ଗ୍ରାମ୍ୟ ଜଳଯୋଗାଣ ନିର୍ବାହୀ ଯନ୍ତ୍ରୀ, ଓରମାସ ଡେପୁଟି ସିଓ ମନୋଜ ପlତ୍ର, ଓଡିଶା ଜୀବିକା ମିଶନ ଡିପିଏମ ହେମନ୍ତ ବାଘ, ଗ୍ରାମୀୟ ନିର୍ମାଣ ସହକାରୀ ଯନ୍ତ୍ରୀ, ଅବକାରୀ, ପୋଲିସ ବିଭାଗର ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ଓ ବ୍ଲକ କର୍ମଚାରୀ ଶିବିର ପରିଚାଳନା କରିଥିଲେ । ଚନ୍ଦ୍ରପୁର ଥାନା ନିରୀକ୍ଷକ ନୀଳକଣ୍ଠ ବେହେରାଙ୍କ ତତ୍ୱବଧାନରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.