ନବରଙ୍ଗପୁର ଜିଲ୍ଲା ସଦରମହକୁମା ଡାକବଙ୍ଗଳା ଠାରେ (ଓ.ୟୁ.ଡ଼ବ୍ଲୁ.ଜେ ) ଓଡ଼ିଶା କର୍ମଜୀବୀ ସାମ୍ୱାଦିକ ସଂଘ ଏକ ଜରୁରକାଳୀନ ବୈଠକ ଅନୁଷ୍ଠିତ.
ନବରଙ୍ଗପୁର/ଅଶୋକ ସାହୁ: ନବରଙ୍ଗପୁର ଜିଲ୍ଲା ସଦରମହକୁମା ଡାକବଙ୍ଗଳା ଠାରେ (ଓ.ୟୁ.ଡ଼ବ୍ଲୁ.ଜେ ) ଓଡ଼ିଶା କର୍ମଜୀବୀ ସାମ୍ୱାଦିକ ସଂଘ ଏକ ଜରୁରକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକକୁ ସଂଘ ଜିଲ୍ଲା ସଭାପତି ଶ୍ରୀଯୁକ୍ତବାର୍ତ୍ତ ହରିଜନ(ବାବୁଲା) ସଭାପତିତ୍ବ କରିଥିଲେ।ବୈଠକରେ ଓ.ୟୁ.ଡ଼ବ୍ଲୁ.ଜେ ରାଜ୍ୟ ସଂଘ ପକ୍ଷରୁ ପ୍ରାପ୍ତ ପତ୍ର ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବାର୍ତ୍ତ ହରିଜନ ଙ୍କୁ ରାଜ୍ୟ ପରିଚାଳନା କମିଟିର ସଦସ୍ୟ ଭାବରେ ଚୟନିତ କରାଯାଇଅଛି ଏବଂ ଜିଲ୍ଲା ସଙ୍ଗଠନ ସମ୍ପାଦକ ଶ୍ରୀଯୁକ୍ତ ଶେଖର ଖୁରା ଙ୍କୁ ଜିଲ୍ଲା ସଭାପତି ଭାବେ ଚୟନିତ କରାଯାଇଅଛି। ଏହି ପରିପ୍ରେକ୍ଷୀରେ ଉଭୟ ବାର୍ତ୍ତ ବାବୁ ଓ ଶେଖର ବାବୁଙ୍କୁ ଜିଲ୍ଲା ସଙ୍ଗଠନ ତରଫରୁ ପୁଷ୍ପଗୁଚ୍ଛ ଅର୍ପଣ ପୂର୍ବକ ସମସ୍ତ ସଦସ୍ୟ ମାନେ ସମ୍ବର୍ଦ୍ଧିତ କରିଥିଲେ।ରାଜ୍ୟ ସଂଘ ର ପଦାଧିକାରୀଙ୍କୁ ମଧ୍ୟ ଏହି ଅବସରରେ ଧନ୍ୟବାଦ ଅର୍ପଣ କରାଯାଇଥିଲା। ଶ୍ରୀଯୁକ୍ତ ଶେଖର ଖୂରା ନୂତନ ଭାବେ ଜିଲ୍ଲା ସଭାପତି ଭାବେ ଚୟନୀତ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ସଂଗଠନକୁ ଆହୁରି ଅଧିକ ସୁଦୃଢ଼ କରିବାକୁ ସମସ୍ତ ପ୍ରକାରର ଚେଷ୍ଟା ଜାରି ରଖିବି ବୋଲି କହିଥିଲେ। ରାଜ୍ୟ କମିଟି କୁ ଚୟନିତ ହେବା ପରେ ଶ୍ରୀଯୁକ୍ତ ବାର୍ତ୍ତ ହରିଜନ ନିଜ ବକ୍ତବ୍ୟ ରଖି କହିଥିଲେ କି ଜିଲ୍ଲା ପ୍ରତି ତାଙ୍କର ସବୁବେଳେ ସହଯୋଗ ରହିବ।ପରିଶେଷରେ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଅଶୋକ କୁମାର ସାହୁ ୨୦୨୪ବର୍ଷ ର ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାକୁ ପ୍ରସ୍ତାବ ଆଗତ କରିଥିଲେ। ଉକ୍ତ ପ୍ରସ୍ତାବକୁ ବିଚାରକରି ଆଗାମୀ ମାର୍ଚ୍ଚ ୧୮ତାରିଖ ରେ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ସମସ୍ତ ସଦସ୍ୟ ମାନେ ମତାମତ ଦେଇଥିଲେ। ସର୍ବସମ୍ମତି କ୍ରମେ ମାର୍ଚ୍ଚ ୧୮ତାରିଖକୁ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ଦିନ ଧାର୍ଯ୍ୟ କରାଗଲା।ବାର୍ଷିକ ଉତ୍ସବ ନିମନ୍ତେ ଆୟ ବ୍ୟୟ ଅଟକଳ କରାଯାଇଥିଲା । କାର୍ଯକ୍ରମ କୁ କିଭଳି ସୁଷ୍ଟ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇପାରିବ ସେଥିପାଇଁ ବିସ୍ତୃତ ଚର୍ଚ୍ଚା ଆଲୋଚନା କରାଯାଇଥିଲା। ଜିଲ୍ଲା ଉପ ସଭାପତି ହିମାଂଶୁ ଶେଖର ବାଘ, ସଂଯୋଜକ ଲାଲୁ କର୍କରା, ପାପଡ଼ାହାଣ୍ଡି ବ୍ଲକ ସଭାପତି ଗୁରୁ ପ୍ରସାଦ ପଣ୍ଡା, ତେନ୍ତୁଳିଖଣ୍ଟି ବ୍ଲକ ସଭାପତି ଲକ୍ଷ୍ମୀ ଚନ୍ଦ୍ର ଟାକ୍ରି,ନବରଙ୍ଗପୁର ବ୍ଲକ ସଭାପତି ରଞ୍ଜିତ ନାୟକ, ନନ୍ଦହାଣ୍ଡି ବ୍ଲକ ସମ୍ପାଦକ ଘାସିରାମ ହରିଜନ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୀବ ଖୁରା, ସୁନୀଲ ଖୁରା, ଦେବୀ କୁଲଦୀପ ଉପସ୍ଥିତ ଥିଲେ।ପରିଶେଷରେ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଦେଇ ସଭପତି ସଭା ସାଙ୍ଗ କରିଥଲେ।