ଭଞ୍ଜନଗରରୁ ( ଉଦୟନାଥ ପଣ୍ଡା ): ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ ଦ୍ଵାରା ଆଜି ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ର ଭିନ୍ନଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି ।
ଏଥିସହ ସାବିତ୍ରୀ ମହିଳା ମହାବିଦ୍ୟାଳୟ ର ନୂତନ କୋଠା, ଗାନ୍ଧୀ ସ୍ମୃତି ଭବନର ଶିଳାନ୍ୟାସ ମଧ୍ୟ ଆଜି ହୋଇଛି। ଏହି ଅବସରରେ ହୋଇଥିବା କିଛି ସଭା ରେ ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ , ଭଞ୍ଜନଗର ସହର ଆଜି ଏକ ପରିପୂର୍ଣ ସହର ହୋଇପାରିଛି ଏବଂ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ସମସ୍ତ ସୁବିଧା ସୁଯୋଗ ମିଳି ପାରୁଛି ବୋଲି ମତ ପ୍ରକାଶ କରିଥିଲେ। ମନ୍ତ୍ରୀ ଆଜି ପ୍ରଥମେ ବହୁମୁଖି ଗୋଷ୍ଠୀ କେନ୍ଦ୍ର ଉଦ୍ଘାଟନ କରିଥିଲେ। ଏହାପରେ କାରଗିଲ ଭବନ, ପୋଷ୍ଟ ଅଫିସ୍ ସାମ୍ନା ଖୋଲାସ୍ଥାନ ସୌନ୍ଦର୍ଯ୍ୟ କରଣ ର ଉଦଘାଟନ, ପୋଲିସ୍ ବାରାକ୍ ସାମ୍ନା ଖୋଲାସ୍ଥାନ ସୌନ୍ଦର୍ଯ୍ୟ କରଣ, ଓ ଭଞ୍ଜନଗର ବନ ବିହାର ସମ୍ମୁଖରେ ପର୍ଯ୍ୟଟକ ସୁବିଧା କେନ୍ଦ୍ର ର ଶୁଭ ଉଦ୍ଘାଟନ କରିଥିଲେ। ଏଥିସହ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ ରାସ୍ତାରେ ଏବଂ ଡାକ ଘର ସମ୍ମୁଖରେ ହୋଇଥିବା ପଥ ପ୍ରାନ୍ତ ସୌନ୍ଦର୍ଯ୍ୟ କରଣ ସମେତ ଅନ୍ୟାନ୍ୟ ପ୍ରକଳ୍ପ ଗୁଡିକ ମଧ୍ୟ ଉଦ୍ଘାଟନ କରିଥିଲେ। ଏହି ସବୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀଙ୍କ ସହିତ ଭଞ୍ଜନଗର ନଗରପାଳ ଶ୍ରୀ ଗୋପବନ୍ଧୁ ମହାପାତ୍ର, ବିଜ୍ଞାପିତ ଅଞ୍ଚଳ ପରିଷଦ ର କାର୍ଯ୍ୟନିର୍ବାହି ଅଧିକାରୀ ଶ୍ରୀ ମୁରଲୀ କୃଷ୍ଣ ପଣ୍ଡା, ଉପ ନଗରପାଳ ଶ୍ରୀମତୀ ଶୁଭଶ୍ରୀ ଦାସ, ସଭାପତି ଶ୍ରୀ ରାଜେନ୍ଦ୍ର ପ୍ରସାଦ ପ୍ରଧାନ ଓ ପ୍ରାକ୍ତନ ବନପାଳ ଶ୍ରୀ ଶୂଳପାଣି ସତପଥି ସମେତ ଅନେକ ବିଜୁଜନତା ଦଳ ର ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।