ଅବସରପ୍ରାପ୍ତ ସୈନିକସଂଘ ଭଞ୍ଜନଗର ; କାର୍ଗିଲ୍ ଭବନର ଶୁଭ ଉଦଘାଟନ

0 1

ଭଞ୍ଜମାଟି ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ଅବସରପ୍ରାପ୍ତ ସୈନିକସଂଘ ଆଜକୁ ପ୍ରାୟ ୨୦ ବର୍ଷ ହେବ କାର୍ଯ୍ୟକରି ଆସୁଛି। କିନ୍ତୁ ଆଜି ମାନ୍ୟବର ଓଡ଼ିଶା ରାଜ୍ୟ ଅର୍ଥମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଙ୍କ ଦ୍ଵାରା, ଭଞ୍ଜନଗର ସୁଚନା ଭବନ ପାର୍ଶ୍ଵରେ ଉକ୍ତ ସଂଘ ପାଇଁ କାର୍ଗିଲ୍ ଭବନର ଶୁଭ ଉଦ୍ଘାଟନ ହୋଇଯାଇଛି।

ଏହି ଅବସରପ୍ରାପ୍ତ ସୈନିକସଂଘ ଆଜକୁ ଦୀର୍ଘ କୋଡ଼ିଏ ବର୍ଷ ହେବ ଭଞ୍ଜମାଟି ଭଞ୍ଜନଗର ସହରର ରେ ଅବସରପ୍ରାପ୍ତ ସୈନିକ ମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛି। କିନ୍ତୁ ଏହାର କୌଣସି ସ୍ଥାୟୀ କାର୍ଯ୍ୟାଳୟ ବା ଭବନ ଟିଏ ନଥିବା ହେତୁ, ଭଞ୍ଜନଗର ତହସିଲ ଅଫିସ ପରିସରରେ ବିଭିନ୍ନ ବାଧା ବିଘ୍ନ ଦେଇ କାର୍ଯ୍ୟକରି ଆସୁଥିଲା। ଉକ୍ତ ସଂଘରେ ଭାରତୀୟ ସୈନ୍ୟ ବାହିନୀ ର ବିଭିନ୍ନ ବିଭାଗ ର ଅନେକ ଅବସରପ୍ରାପ୍ତ ସୈନିକ ଜଡ଼ିତ ଅଛନ୍ତି। ଉକ୍ତ ସଂଗଠନ ତରଫରୁ ସେତେବେଳ ସ୍ଥାନୀୟ ତହସିଲଦାର , ଉପଜିଲ୍ଲାପାଳ ତଥା ଯୁଗ୍ମ ଅଭିଯୋଗ ରେ ମାନ୍ୟବର ଜିଲ୍ଲାପାଳ ଙ୍କୁ ସ୍ଥାୟୀ କାର୍ଯ୍ୟାଳୟ ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ସେ କଥାକୁ କେହି ବି କର୍ଣ୍ଣପାତ କରୁନଥିଲେ। କିନ୍ତୁ ଯେତେବେଳେ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ରାୟ ଭଞ୍ଜନଗର ରେ ସ୍ଥାନୀୟ ଉପଜିଲ୍ଲାପାଳ ଭାବେ ଯୋଗଦାନ କରିଥିଲେ। ସେହି ସମୟରେ ଘୁମୁସର ମାଟି ଭଞ୍ଜନଗର ସହରର ଅତି ପରିଚିତ ଓ ଜଣାଶୁଣା ସମାଜ ସେବୀ ଶ୍ରୀଯୁକ୍ତ ମୁରଲୀଧର ପଣ୍ଡା ଙ୍କ ନେତୃତ୍ୱରେ, ଅବସରପ୍ରାପ୍ତ ସୈନିକସଂଘ ର କିଛି ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ରାୟ ଙ୍କୁ ସାକ୍ଷାତ କରିଥିଲେ। ଏବଂ ଉପଜିଲ୍ଲାପାଳ ଙ୍କୁ ଅବସରପ୍ରାପ୍ତ ସୈନିକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଅବଗତ କରାଇଥିଲେ। ଯେପରିକି, କେତେକ ଙ୍କ ଅନେକ ଦିନଧରି ପେନସନ ହୋଇପାରୁନାହିଁ, ସ୍ଵାମୀ ଙ୍କ ମୃତ୍ୟୁ ପରେ ସ୍ତ୍ରୀ ବା ପରିବାର ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି, ଗ୍ରାମରେ ଜମିଜମା ଓ ଘର ବିବାଦ ପରି ଅନେକ ସମସ୍ୟାର ସମାଧାନ ହୋଇପାରୁନାହିଁ। ଏବଂ ଏହିଭଳି ସମସ୍ୟା ର ଆଲୋଚନା ପର୍ଯ୍ୟାଲୋଚନ ଓ ଅନେକ ଉତ୍ସବ କାର୍ଯ୍ୟକ୍ରମ କରିବା ପାଇଁ ଏକ ସ୍ଥାୟୀ କାର୍ଯ୍ୟାଳୟ ର ଆବଶ୍ୟକତା ବିଷୟରେ ଲିଖିତ ଆକାରରେ ୨ ତାରିଖ ମେ ମାସ ୨୦୨୩ ରେ ଅବଗତ କରାଇଥିଲେ। ଯେଉଁଥିରେ ଦର୍ଶାଯାଇଥିଲା ଯେ, ଭଞ୍ଜନଗର ସୁଚନା ଭବନ ପାର୍ଶ୍ଵରେ ଦୀର୍ଘ ୨୦/୨୨ ବର୍ଷ ହେଲା ଅବହେଳିତ ଭାବରେ ଥିବା ଘରଟିକୁ ଭଞ୍ଜନଗର ଅବସରପ୍ରାପ୍ତ ଭାରତୀୟ ସୈନିକ ସଂଘ କାର୍ଯ୍ୟାଳୟ ପାଇଁ ଦିଆଯାଉ। ଏଥିସହ ଜିଲ୍ଲାପାଳ ଙ୍କୁ ବି ଏବିଷୟରେ ସମାଜ ସେବୀ ମୁରଲୀଧର ପଣ୍ଡା ଙ୍କ ନେତୃତ୍ୱରେ ଉକ୍ତ ସଂଘ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ବିଷୟକୁ ସେତେବେଳର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ରାୟ ଗଭୀରତାର ସହିତ ନେବା ସହ ମାନ୍ୟବର ମନ୍ତ୍ରୀଙ୍କ ସହ ଆଲୋଚନା କରି କିଛି ଗୋଟେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ ବିଷୟରେ ମଧ୍ୟ ସୈନିକ ସଂଘ ସ୍ଥାନୀୟ ବିଧାୟକ ତଥା ଓଡ଼ିଶା ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ମହୋଦୟ ସାକ୍ଷାତ କରି ଆଲୋଚନା କରିଥିଲେ। ଏହାକୁ ମନ୍ତ୍ରୀ ଶ୍ରୀ ଅରୁଖ ହୃଦୟତାର ସହ ଗ୍ରହଣ କରି ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ। ଫଳ ସ୍ଵରୂପ ଆଜି ତାହାର ସଫଳ ରୁପାୟନ ହୋଇପାରିଛି। ଭଞ୍ଜନଗର ଵିଜ୍ଞାପିତ ଅଞ୍ଚଳ ପରିଷଦ ର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ସହିତ ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଅବସରପ୍ରାପ୍ତ ସୈନିକସଂଘ ପାଇଁ କାର୍ଗିଲ୍ ଭବନର ଶୁଭ ଉଦ୍ଘାଟନ କରିଥିଲେ। ଏଥିପାଇଁ ମନ୍ତ୍ରୀ ଙ୍କ ବିଶେଷ ଆନ୍ତରିକତା ଓ ଆଗ୍ରହ ପରିଲକ୍ଷିତ ହୋଇଛି।

Leave A Reply

Your email address will not be published.