ଗୁଣୁପୁରରେ କ୍ରୀଡାବିତ୍ ମାନଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହୋଇଛି। ବିଜୁ ପଟନାୟକ ଇଣ୍ଡୋର ଷ୍ଟାଡିୟମ ଉଦଘାଟିତ ।

0 1

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ରାଜ୍ୟର ୪୦ଟି ବିଜୁ ପଟନାୟକ ଇଣ୍ଡୋର ଷ୍ଟାଡିୟମକୁ ଅନୁଷ୍ଠାନିକ ଭାବେ ଭାରଚୁଆଲରେ ଉଦଘାଟନ କରିଛନ୍ତି। ଏହି ଅବସରରେ ରାୟଗଡ ଜିଲ୍ଲା ଗୁଣୁପୁର ତହସିଲ ଅଫିସ ପଛପଟେ ନିର୍ମିତ ଇଣ୍ଡୋର ଷ୍ଟାଡିୟମକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ। ୫ କୋଟି ୮୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ,ଟେବୁଲ ଟେନିସ,ଜିମ, ବ୍ୟାୟାମ ପାଇଁ ସମସ୍ତ ଉପକରଣ ଇତ୍ୟାଦି ବ୍ୟବସ୍ଥା ରହିଛି। । ଆଜିର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଅତିଥି ରପେ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ବିଜୁ ଛାତ୍ର ଉପସଭାପତି ବିଷ୍ଣୁ ପ୍ରସାଦ ପଣ୍ଡା , ନଗର ସଭାପତି ଶ୍ରୀରାମ ପଣ୍ଡା ବ୍ଲକ ସଭାପତି ଶ୍ରୀନିବାସ ଶତପଥି , ବିଜେଡି ନେତା ଏସ ବାବା ପ୍ରସାଦ ,କାଉନସିଲର ଦେବୀ ପ୍ରସାଦ ଆଚାର୍ଯ୍ୟ ,ଭାଗୀରଥି ବିଷୋୟୀ, ଶିବ ପାଢ଼ୀ, ଆଇନଜୀବୀ ଏସ ଗଣପତି,ଗଣେଶ ପଣ୍ଡା,ରମେଶ ଚନ୍ଦ୍ର ଲିମା, ମନୋଜ ରାତାନାଲୁ, ଦିପୁନ ମହାଙ୍କୁଡ଼, ଜିଆଇସିଏମଏସ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶ, ଜିଆଇଇଟିର ପିଇଟି ରବିନ୍ଦ୍ର କୁମାର ପଣ୍ଡା, ଗୁଣପୁର ପୌର ପରିଷଦ ର କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱସ୍ତିକ ଜମାଦାର , ତହସିଲଦାର ଲୀଳାବତୀ ଆଚାର୍ଜୀ, ଉପଖଣ୍ଡ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ପୂର୍ତ୍ତ ବିଭାଗର ଅତିରିକ୍ତ ନିର୍ବାହୀଯନ୍ତ୍ରୀ ରବି ପ୍ରସାଦ ଶର୍ମା ପରିଚାଳନା କରିଥିଲେ।ଏହା ଦ୍ଵାରା କ୍ରୀଡ଼ାବିତ ମାନଙ୍କର ଦୀର୍ଘ ଦିନର ସ୍ବପ ସାକାର ହୋଇପାରିଛି।

 

Leave A Reply

Your email address will not be published.