ନୟାଗଡ଼:ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବହୁମୁଖୀ ଇନଡୋର ଷ୍ଟାଡିୟମ ଉଦଘାଟିତ

0 1

ନୟାଗଡ଼,(ଲକ୍ଷ୍ମୀଧର ସାହୁ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭାସୀ ମାଧ୍ୟମରେ ନୟାଗଡ଼ଠାରେ ବହୁମୁଖୀ ଇନଡୋର ଷ୍ଟାଡିୟମର ଉଦ୍‌ଘାଟନ କରିଛନ୍ତି । ଏହି ଉପଲକ୍ଷେ ନୟାଗଡ଼ ଇନ୍‌ଡୋର ଷ୍ଟାଡିୟମ ଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ
ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣସିଂ, ଅର୍ଜନା ଦାସ, କ୍ରୀଡ଼ା ଅଧିକାରୀ ସୁଜାତା ସାହୁ ଓ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ କିଶୋର ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ବିଧାୟକ ଡ. ସାହୁ କ୍ରୀଡ଼ାର ବିକାଶ ନିମନ୍ତେ ଏହି ବହୁମୁଖୀ ଷ୍ଟାଡିୟମ ଅନେକ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ନୟାଗଡ଼ ଜିଲ୍ଲାର କ୍ରୀଡ଼ାର ବିକାଶ ପାଇଁ ଅହରହ ଉଦ୍ୟମ ଜାରି ରଖିଛନ୍ତି । ନୟାଗଡ଼ ଜିଲ୍ଲା ଏବେ କ୍ରୀଡ଼ା କ୍ଷେତ୍ରରେ ଆଗୁଆ ହେବ ବୋଲି ସେ ପ୍ରକାଶ କରିଥିଲେ । ନୟାଗଡ଼ ଜିଲ୍ଲାର ନୟାଗଡ଼ ପୌରଞ୍ଚଳ,ଓଡ଼ଗାଁ, ଦଶପଲ୍ଲା, ଖଣ୍ଡପଡ଼ା ଇନଡୋର ଷ୍ଟାଡିୟମର ମଧ୍ୟ ଏକା ସାଙ୍ଗରେ ଉଦ୍‌ଘାଟନ କରାଯାଇଛି । ନୟାଗଡ଼ ଷ୍ଟାଡିୟମଠାରେ ୯ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି । ନୟାଗଡ଼ ଜିଲ୍ଲାରେ ଉଦ୍‌ଘାଟିତ ହୋଇଥିବା ୪ ଗୋଟି ବହୁମୂଖୀ ଇନଡୋର ଷ୍ଟାଡିୟମ କ୍ରୀଡ଼ାବିତ୍ ଓ କ୍ରୀଡ଼ାପ୍ରେମୀଙ୍କୁ ବେଶ ଉତ୍ସାହ ପ୍ରଦାନ କରିବ ।

Leave A Reply

Your email address will not be published.