ଏଇ ଆମରି ଗାଁ ୨୬ରେ : ସମ୍ବର୍ଦ୍ଧିତ ହେବେ ଚାରି ପ୍ରତିଭା

0 1

ଶୈଳଭାମାଙ୍କୁ ସଂସ୍କୃତି, ନୃପେଶଙ୍କୁ ସମାଜସେବା , ଶିବାଶିଷଙ୍କୁ ଶିଳ୍ପ ଓ ଅସୀମାଙ୍କୁ ସାହିତ୍ୟ ସମ୍ମାନ

ଭୁବନେଶ୍ବର,୨୩/୨: ‘ସମାଜ ଓ ସଂସ୍କୃତି’ ପକ୍ଷରୁ ଗାଁ ଜୀବନ ଓ ଗାଁ ପରିବେଶକୁ ନେଇ ଏକ ନିଆରା ସଙ୍ଗୀତ କାର୍ଯ୍ୟକ୍ରମ ‘ଏଇ ଆମରି ଗାଁ’ ଆସନ୍ତା ୨୬ ତାରିଖ ସନ୍ଧ୍ୟା ୬ଟାରେ ଜୟଦେବ ଭବନରେ ଅନୁଷ୍ଠିତ ହେବ। ଗାଁକୁ ନେଇ ବିଭିନ୍ନ ସମୟରେ ସୃଷ୍ଟି ହୋଇଥିବା ଲୋକପ୍ରିୟ ଗୀତଗୁଡ଼ିକୁ ରାଜ୍ୟର ଜଣାଶୁଣା କଣ୍ଠଶିଳ୍ପୀମାନେ ପରିବେଷଣ କରିବେ। ଏହି ଅବସରରେ କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର, ସମାଜସେବୀ ନୃପେଶ ନାୟକ ଓ ଉଦ୍ୟୋଗୀ ଶିବାଶିଷ ମିଶ୍ରଙ୍କୁ ‘ଚନ୍ଦ୍ର ମାଧବ ମିଶ୍ର ସ୍ମୃତି ସମ୍ମାନ’ ପ୍ରଦାନ କରାଯିବ। ଜଣାଶୁଣା ସାହିତ୍ୟିକା ଡ. ଅସୀମା ସାହୁଙ୍କୁ ‘ଈଶ୍ବର ଚନ୍ଦ୍ର ସାହିତ୍ୟ ସମ୍ମାନ’ ପ୍ରଦାନ କରାଯିବ। ଏଥିରେ ବହୁ ସଂଖ୍ୟା ସଂସ୍କୃତିପ୍ରେମୀ ଯୋଗ ଦେବାକୁ ଅନୁଷ୍ଠାନର ସଭାପତି ନିଶିକାନ୍ତ ମିଶ୍ର ନିବେଦନ କରିଛନ୍ତି।

Leave A Reply

Your email address will not be published.