ମୟୂରଭଞ୍ଜ :: (ଶାସକ ପ୍ରଶାସକ) ମୟୁରଭଂଜ ଜିଲ୍ଲା ଏକ ବୃହତ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାରୁ ଗତ ସାଧାରଣ ନିର୍ବାଚନରେ ବାଜିମାତ କରିଥିଲା ବିଜେପି । ୯ ଟି ବିଧାନ ସଭା ଆସନରୁ ୬ ଟି ବିଧାନ ସଭା ବିଜୟ ସହ ସଂସଦ ମଧ୍ୟ ଦାଖଲ କରିଥିଲା କିନ୍ତୁ ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ର ନୈରାଶ୍ୟ ଜନକ ପରାଜୟ ସମସ୍ତଙ୍କୁ ଚକିତ କରିଥିଲା । ୨୦୨୪ ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ବିଜେପି ତାର ପ୍ରଥମ ବିଜୟ ସମାବେଶ ବାରିପଦା ଛଉ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ସମାବେଶରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜ ନାଥ ସିଂ ବାୟୁ ସେନାର ସ୍ଵତନ୍ତ୍ର ହେଲିକପ୍ଟର ଯୋଗେ ଆସି ବାରିପଦା ପୁଲିସ ପଡିଆ ଠାରେ ୪:୧୫ ମି଼:ଅବତରଣ କରି କଡ଼ା ସୁରକ୍ଷା ବଳୟ ମଧ୍ୟରେ ଛଉ ପଡ଼ିଆ କୁ ପହଞ୍ଚିଥିଲେ। ତିନି ଜିଲ୍ଲା ମୟୁରଭଂଜ,କେଉଁଝର ଏବଂ ଭଦ୍ରକ ରୁ ହଜାର ହଜାର ବିଜେପି କର୍ମୀ , ଶୁଭେଚ୍ଛୁ ଏବଂ ରାଜ୍ୟର ବରିଷ୍ଠ ବିଜେପି ନେତ୍ରୁ ମଣ୍ଡଳୀ ଉପସ୍ଥିତ ଥିଲେ । ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢ଼ିବାକୁ ନେତା,କର୍ମୀ ଏବଂ ଶୁଭେଚ୍ଛୁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ ,ଏଥି ସହିତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସମସ୍ତ ଆଦିବାସୀ ସମାଜ ପ୍ରତି ଗାଢ଼ ଶ୍ରଦ୍ଧା ଓ ସମ୍ମାନ ରହିଛି। । ଆଦିବାସୀ ସମାଜର ଜଣେ ମହିଳା ଭଉଣୀଙ୍କୁ ଏହି ମୟୂରଭଞ୍ଜ ଜିଲ୍ଲା ର ଭଉଣୀଙ୍କୁ ଦେଶର ସର୍ବୋଚ୍ଚ ସମ୍ବିଧାନିକ ପଦବୀରେ ( ରାଷ୍ଟ୍ରପତି) ଅଧିଷ୍ଠିତ କରାଇ ଆଦିବାସୀ ଭାଇ ଓ ଭଉଣୀ ଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି । ଏହା ପ୍ରାଥମିକତା ଦିଆଯିବା କଥା କହିଛନ୍ତି ସହିତ ସହିଦ ବିର୍ସା ମୁଣ୍ଡ ଙ୍କ ଗୌରବ ଗାଥା ବଖାଣି ଆଦିବାସୀ ଭାଇ ଭଉଣୀଙ୍କୁ ସେନା ରେ ପ୍ରାଥମିକତା ଦିଆଯିବା କଥା କହିଛନ୍ତି ଆଗାମୀ ସାଧାରଣ ନିର୍ବାଚନରେ ଓଡ଼ିଶାରେ ଲୋକସଭା ଓ ବିଧାନସଭା ରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଆହ୍ୱାନ ଦେଇଥିଲେ। ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଲୋକାଭିମୁଖୀ ଯୋଜନା କୁ ନେଇ ପ୍ରତ୍ୟେକ ଲୋକ ଙ୍କ ଘରକୁ ଯିବାପାଇଁ କାର୍ଯ୍ୟକ୍ରତାକୁ ପ୍ରେରଣା ଦେଇଥିଲା ରକ୍ଷା ମନ୍ତ୍ରି ଭାରତର ଏକମାତ୍ର ଦଳ ବି ଜେ ପି ଯାହା କୁହେ ତାହା କରି କି ଦେଖାଏ ଜାମ୍ମୁକାଶ୍ମୀର ୩୭୦ ଓ ୩୫A ତିନି ତଲାଖ ଅଯୋଧ୍ୟାରେ ରାମ ମନ୍ଦିର କଥା |
ଏହି ସମାବେଶରେ ବି ଜେ ପି ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଶ୍ଵେଶ୍ୱର ଟୁଡୁ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ମୋହନ ମାଝୀ, ବିରଞ୍ଚି ତ୍ରିପାଠୀ,ବିଧାୟକ ସୂର୍ଯ୍ୟବଂଶୀ ସୁରଜ୍ ଲକ୍ଷ୍ମଣ ଟୁଡୁ,ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଗଣେଶ ରାମ ସିଂ ଖୁଣ୍ଟିଆ, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ,ପୁର୍ବତନ ସଭାପତି ବାବୁ ମହାପାତ୍ର ଓ ସମସ୍ତ ବିଜେପି ବରିଷ୍ଠ ନେତା ଗଣ ସହ ହଜାର ହଜାର ବିଜେପି କାର୍ଯ୍ୟ କର୍ତ୍ତା ଓ ବିଜେପି ଶୁଭେଚ୍ଛୁ ମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଶେଷରେ ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ଅପରାହ୍ନ ୫ ଘଟିକା ସମୟରେ ବାରିପଦା ରୁ ପ୍ରଥମେ କଲେଇକୁଣ୍ଡା ଓ ପରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ମୟୂରଭଞ୍ଜ ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ।।