ବାଣପୁର (ସେକ କୌସର ): ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ନନ୍ଦପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରବାସୀ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଫ୍ରଣ୍ଟ ଅଫିସ ରିଟେନର ପ୍ରଦୀପ୍ତ ପ୍ରଧାନ, ଆଇନଜୀବୀ ସଚ୍ଚିତ ମିଶ୍ର, ବିପ୍ଳବ ମୁଦୁଲି, ନନ୍ଦପୁର ପଞ୍ଚାୟତ ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ଏକାଧିକ ଏସଏଚଜି ମହିଳା, ଶ୍ରମିକ ଓ ପଞ୍ଚାୟତବାସି ଯୋଗଦେଇଥିଲେ।ଏହି ଅବସରରେ ସମସ୍ତ ଅତିଥି ମାନେ ପ୍ରବାସୀ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା ଓ ନିରାକରଣ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ପରିଶେଷରେ କମିଟି ଅଧ୍ୟକ୍ଷ ବିଚାରପତି ଶ୍ରୀ ମିଶ୍ର ଉକ୍ତ ସମସ୍ୟାର ସମାଧାନକୁ ଗୁରୁତ୍ୱ ଦେଇ ନିଜର ଅଭିଭାଷଣ ଶେଷ କରିଥିଲେ। ସମସ୍ତଙ୍କୁ ପ୍ରବାସୀ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ, ନିର୍ମାଣ ଶ୍ରମିକଙ୍କ ପାଇଁ ଲେବର କାର୍ଡ ଦ୍ୱାରା ବିଭିନ୍ନ ସୁବିଧା ସୁଯୋଗ, ସଙ୍ଗଠିତ ଏବଂ ଅଣସଙ୍ଗଠିତ ଶ୍ରମିକଙ୍କ ପାଇଁ କାର୍ଡ ତିଆରି, ଏହାର ନବୀକରଣ, ଅନଲାଇନ୍ ଦ୍ୱାରା ସରକାରଙ୍କ ସୁବିଧା ପାଇବା ପାଇଁ ଆବେଦନ ଇତ୍ୟାଦି ଉପରେ ସଚେତନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.