ଶୁଭ କରନ ସିଂହକୁ ହତ୍ୟା ବିରୋଧରେ ଗୁଣପୁର ଠାରେ ପ୍ରତିବାଦ ସଭା

0 2

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଚଳିତ ମାସ 23 02 2024 ତାରିଖ ଦିନ ସଂଯୁକ୍ତ କିଷାନ ମୋର୍ଚା( SKM) ତରଫରୁ ଦେଶ ବ୍ୟାପି କଳା ଦିବସ ପାଳନ ଅବସରରେ (AIKM)ର ଜିଲ୍ଲା ସମ୍ପାଦକ ତିରୁପତି ଗମାଙ୍ଗ ଏବଂ (AIKM)ର ରାଜ୍ୟ ସଭାପତି ଅନାସିମ ଶବର ଙ୍କ ନେତୃତ୍ୱରେ ଗୁଣପୁର ନୁଆଁ ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଠାରେ ଏକ ପ୍ରତିବାଦ କରିବା ସହ ପଞ୍ଜାବ ସୀମା ରେ କେନ୍ଦ୍ର ଏବଂ ହରିୟାଣା ବିଜେପି ସରକାର ଦ୍ୱାରା 23 ବର୍ଷର ଯୁବ କୃଷକ ଶୁଭ କରନ ସିଂହଙ୍କୁ ବର୍ବର ହତ୍ୟା ବିରୋଧରେ ମୋଦୀ ସରକାର , କେଦ୍ର ଗୃହ ମନ୍ତ୍ରୀ ଅମିତ ଶାହା, ହରିଆଣା ମୁଖ୍ୟମନ୍ତ୍ରୀ ଖଟର ଏବଂ ରାଜ୍ୟ ଗୃହ ମନ୍ତ୍ରୀ ଅନିଲ ଜିଜ କଂ ଇସ୍ତଫା ଦେବା, ଆଇ ‘ପି’ ସି ଧାରା 302 ଅନୁଯାୟୀ ଏଫ୍ ” ଆଇ ‘ ଆର ରୁଜୁ କରିବା, କୃଷକ ନିର୍ଯାତନା ହତ୍ୟା ଏବଂ ବହୁ ସଂଖ୍ୟାରେ ଟ୍ରାକଟର କ୍ଷତିର ନ୍ୟାୟିକା ତଦନ୍ତ କରିବା, ଅନୁସନ୍ଧାନ କରି ଦୋଷୀ କୁ ଶାସ୍ତିଦେବା,ପ୍ରତିବାଦ କରିବାର ଗଣତାନ୍ତ୍ରିକ ଅଧିକାର କୁ ସୁରକ୍ଷା କରିବା, ସଂଯୁକ୍ତ କିଷାନ ମୋର୍ଚ୍ଚା କୁ ଦେଇଥିବା ଲିଖିତ ପ୍ରତିଶୃତି କାର୍ଯ୍ୟକାରୀ କରିବା, କୃଷିର କର୍ପୋରେଟକରଣ ବନ୍ଦ କରିବା ଦାବି ନେଇ କଳା ଦିବସ ପାଳନ କରାଯାଇଛି। ଏହି ପ୍ରତିବାଦ ସଭା ର ରାଜେନ୍ଦ୍ର ମାଝୀ , ମିନ ଶବର, ଗାଗାନା ଶବର , ସଞ୍ଜୀବ ଶବର, ମୋଜେସ ବିଡିକା , ଲବ ବିଡିକା , ସଂଗ୍ରାମ ବିଡିକା, ସଂଯୁକ୍ତ କିଷାନ ମୋର୍ଚ୍ଚା ର ବହୁ ସଭ୍ୟ ମାନେ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.