କୋଉଟା ସତ : ବିକାଶ ନା ଅର୍ଥ ଆତ୍ମସାତ !!!

0 2

ଲୋକଙ୍କ ଅଭିଯୋଗ “ଜାତିଲି ମନ୍ଦିର ଅର୍ଥ ଆତ୍ମସାତ କରାଯାଇଛି”

  • ସରକାରଙ୍କ ବିକାଶ ଲିଫଲେଟରେ ମନ୍ଦିରକୁ ଅନୁଦାନ ଦିଆଯାଇଛି

  • ମନ୍ଦିରରେ କୌଣସି ସରକାରୀ ଅନୁଦାନ ଟଙ୍କା ଖର୍ଚ୍ଚ ହୋଇନି ବୋଲି କହୁଛନ୍ତି ସରପଞ୍ଚ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଜାତିଲି ମନ୍ଦିର ଅର୍ଥ ଆତ୍ମସାତ କରାଯାଇଛି । ସରକାରଙ୍କ ବିକାଶ ଲିପଲେଟରେ ମନ୍ଦିରକୁ ଅନୁଦାନ ଦିଆଯାଇଛି ବୋଲି ଉଲ୍ଲେଖ କରାଯାଇଛି। କିନ୍ତୁ ଗ୍ରାମବାସୀ ଆମେ ଅର୍ଥ ସଂଗ୍ରହ କରି ମନ୍ଦିର ଗଡାଯାଇଛି ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ ୫ଟି ଅଧ୍ୟକ୍ଷ ଲୋକ ନିକଟତର ହୋଇ ବିକାଶ ନିମନ୍ତେ ଅଭିଯୋଗ ପତ୍ର ଗ୍ରହଣ କରି ସାତଦିନ ମଧ୍ୟରେ କାର୍ଯ୍ୟକାରୀ କରିଥିଲେ ଏହାକୁ ଜନସାଧାରଣ ପ୍ରଶଂସା କରୁଥିବା ବେଳେ ଜିଲ୍ଲା ପ୍ରଶାସନ ସରକାରଙ୍କୁ ମିଥ୍ୟା ତଥ୍ୟ ଦେଇ ସରକାରଙ୍କୁ ବଦନାମ କରୁଛନ୍ତି କି ପ୍ରଶ୍ନ ଉଠୁଛି। ଆମ ଓଡିଶା ନବୀନ ଓଡିଶାର ଆମ ପଞ୍ଚାୟତର ବିକାଶ ବୁକଲେଟର କୌଣସି ସରକାରୀ ଅନୁଦାନ ନଦେଇ ଟଙ୍କା ହଡପ କରି ମନ୍ଦିରର ଫୋଟୋକୁ ସ୍ଥାନ ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଘଟଣାଟି ହେଲା ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ଜାତିଲି ପଞ୍ଚାୟତ ଜାତିଲି ଗ୍ରାମରେ ଥିବା ମନ୍ଦିର ଦ୍ବୟକୁ କୌଣସି ସରକାରୀ ଅନୁଦାନ ନମିଳିବା ସତ୍ବେ ଲିପଲେଟରେ ଫୋଟୋକୁ ଛପା ଯାଇଛି। ଆମ ପଞ୍ଚାୟତର ବିକାଶକୁ ନେଇ ପ୍ରଚାର ପ୍ରସାର କରିବା ନିମନ୍ତେ ଛପାଯାଇଥିବା ବୁକଲେଟରେ ଜାତିଲି ପଞ୍ଚାୟତର ଗଣେଶ ମନ୍ଦିର ଏବଂ ଗ୍ରାମଦେବୀ ମନ୍ଦିରରେ କୌଣସି ସରକାରୀ ଅନୁଦାନ ନଦେଇ ଦର୍ଶା ଯାଇଛି ବୋଲି ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଗ୍ରାମର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ମନ୍ଦିର ନିର୍ମିତ ହୋଇଥିବା ବେଳେ ଜାତିଲିର ଗଣେଶ ମନ୍ଦିରର ଫୋଟୋକୁ ନେଇ ସର୍ଗିଗୁଡାର ଠାକୁରାଣୀ ମନ୍ଦିର  ବୋଲି ଉଲ୍ଲେଖ ହେଇଥିବା ନେଇ ଦ୍ବନ୍ଦରେ ଗ୍ରାମବାସୀ। ଅନ୍ୟ ପଟେ ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ସଦର ପଞ୍ଚାୟତ ପାତ୍ରଗୁଡ଼ା ଗାଁର ସହଦେବ ପ୍ରାଷ୍କାଙ୍କ ଭଳି ସୁସ୍ଥ ସବଳ ବ୍ୟକ୍ତିଙ୍କୁ ମଧ୍ୟ୍ୟ  କିଡନୀ ରୋଗୀ କହି ମିଥ୍ୟା ପ୍ରଚାର ପ୍ରସାର କରିବା ଘଟଣା ଜ଼ିଲ୍ଲାରେ ଆଲୋଡନା ସୃଷ୍ଟି କରିଥିବା ବେଳେ  ସରକାରୀ ବାବୁ ମାନଙ୍କ ଉପରେ ଆଉ ଭରଷା ପ୍ରକଟ କରି ପାରୁନାହାନ୍ତି ଅଞ୍ଚଳ ବାସୀ l ଏହି ଘଟଣା ସଂପର୍କରେ ଆମେ ପଦ୍ମପୁର ବିଡ଼ିଓ ସୁଜିତ ମିଶ୍ରଙ୍କୁ ପଚାରିବାରୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ l କହିଥିଲେ ଉପରିସ୍ଥ ଅଧିକାରୀ ନିର୍ଦ୍ଦେଶ ଦେଲେ ସେ ତଦନ୍ତ କରିବେ ବୋଲି କହିଥିବା ବେଳେ  ମନ୍ଦିରରେ କୌଣସି ସରକାରୀ ଅନୁଦାନ ଟଙ୍କା ଖର୍ଚ୍ଚ ହୋଇ ନାହିଁ ବୋଲି ଜାତିଲି ସରପଞ୍ଚ ଇନ୍ଦୁମତୀ ଶବର କହିଛନ୍ତି l ତେବେ ମନ୍ଦିର ଅର୍ଥ ଆତ୍ମସାତ କରାଯାଇ ନାହିଁ ତ ! ନା ସରକାରଙ୍କୁ ବଦନାମ କରିବା ପାଇଁ ଚକ୍ରାନ୍ତ କରାଯାଇଛି ବୋଲି ସାଧାରଣରେ ଆଲୋଚନା ହେଉଛି।

Leave A Reply

Your email address will not be published.