ଇବ ଥର୍ମାଲ: ଲଖନପୁର ବ୍ଳକ ତେଲେନପାଲି ପଞ୍ଚାୟତ କାର୍ଯ୍ୟାଲୟରେ ଓପିଜିସି, ଇବ୍ ଥର୍ମାଲ ବନହରପାଲି ପକ୍ଷରୁ ମାଗଣା ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଛି । ଶିବିରକୁ ପୂର୍ବାହ୍ନ ଘ:୯.୦୦ଣ୍ଟା ସମୟରେ ସରପଞ୍ଚ ଆକାଶ ସାହୁ ଉଦଘାଟନ କରିଥିଲେ । ଅପରାହ୍ନ ଘ.୩.00ଟା ପର୍ଯ୍ୟନ୍ତ ଲୋକଙ୍କ ସ୍ବାସ୍ଥ୍ୟ ପରିକ୍ଷା କରାଯାଇଥିଲା । ଏ ଅବସରରେ ପଞ୍ଚାୟତ ଅନ୍ତର୍ଗତ ତେଲେନପାଲି, ବନହରପାଲି, ଛଡାରମା, ପମ୍ପହାଉସ, ସାପାଲି, କଣ୍ଟାଝରିଆ, ଧୋବାଡେରା, ବନ୍ଧବାହାଲ, ସାଡେରା, ଅଢାପଡା, ଭୁତିଆ ଓ ବିନକା ସମେତ ଆଖପାଖ ଗ୍ରାମରୁ ଆସିଥିବା ୩୦୪ ଜଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଶିବିରରେ ଓପିଜିସିର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସଙ୍ଗୀତା ପଣ୍ଡା, ଡାକ୍ତର ରଜତକାନ୍ତି ମିଶ୍ର, ଡାକ୍ତର ଶଶି ବି ଗୋଏଲ, ଡାକ୍ତର ଡି କେ ପଟ୍ଟନାୟକ ପ୍ରମୁଖ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ।
ଉକ୍ତ ଶିବିରରେ ଏଚ.ଟି.ଏନ, ଡି. ଏମ., ସାଧାରଣ ଦୁର୍ବଳତା, ଚର୍ମକୋପ, ରକ୍ତଚାପ, ଗଣ୍ଠିବାତ, ମୁଣ୍ଡବିନ୍ଧା, ଜିବୀତ ରକ୍ତ କୋଷିକା, ଅମ୍ଳ, ଆଖି, ଓ ଦାନ୍ତ ଇତ୍ୟାଦିର ଚିକିତ୍ସା କରାଯାଇଥିଲା ଓ ମାଗଣାରେ ରକ୍ତ ପରୀକ୍ଷା କରିବା ସହିତ ଔଷଧ, ଇଂଜେସନ ପ୍ରଦାନ କରାଯାଇଥିଲା । ଶିବିରକୁ ଡାକ୍ତରଙ୍କ ସମେତ ଓପିଜିସି ଡାକ୍ତର ଖାନାର କର୍ମଚାରୀଙ୍କ ମଧ୍ୟରୁ ରିତା ଜେମସ, ସଞ୍ଜୁକ୍ତା ମହାକୁଡ, ପ୍ରଭାତ କୁମାର ବାରିକ, ଅଗ୍ନିବେଶ ସିଂ, ଡଲି ପ୍ରଧାନ, ନିରଞ୍ଜନି ମୁଣ୍ଡା, କରୁଣା ବାଗ, ଦୁବରାଜ କିଶାନ ଓ ସିପୁନ ନାଏକ ସହାୟତା କରିଥିଲେ ।