ଆକାଂକ୍ଷା ମହିଳା ସଙ୍ଗଠନ ଓ ଜ୍ଞାନ ପ୍ରକାଶ ଗଜପତି ଶାଖା ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

0 2

/ ବାଳକୃଷ୍ଣ ପାଣିଗ୍ରାହୀ : ଆକାଂକ୍ଷା ମହିଳା ସଙ୍ଗଠନ ଓ ଜ୍ଞାନ ପ୍ରକାଶ ଗଜପତି ଶାଖାର ମିଳିତ ଆନୁକୂଲ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଭକ୍ତି ସଙ୍ଗୀତ ସଂସଦ ଠାରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି।
ଉକ୍ତ ସଭାରେ ଭକ୍ତି ସଙ୍ଗୀତ ସଂସଦର ସମ୍ପାଦକ ଶ୍ରୀ ପୂର୍ଣ୍ଣ ରଥ , ଆକାଂକ୍ଷା ମହିଳା ସଙ୍ଗଠନର ସଭାନେତ୍ରୀ ଶ୍ରୀମତୀ ଅଶାଲତା ପାଣିଗ୍ରାହୀ , ଜ୍ଞାନ ପ୍ରକାଶର ସଭାନେତ୍ରୀ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଓ ମୁଖ୍ୟ ଅତିଥି ରୂପେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ମଞ୍ଚାସୀନ ହୋଇ ମାତୃଭାଷାର ଗୁରତ୍ୱ ଉପରେ ନିଜର ଅଭିଭାଷଣ ରଖିଥିଲେ।ଏହି ଆଲୋଚନାରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସରୋଜ କୁମାର ପଣ୍ଡା , ଶ୍ରୀ ବିଧ୍ୱତ ମିଶ୍ର , ଶ୍ରୀ ରାଜେନ୍ଦ୍ର ରଥ , ଆକାଂକ୍ଷା ମହିଳା ସଙ୍ଗଠନର ଉପଦେଷ୍ଟା ଡ଼.କଲ୍ୟାଣୀ ମିଶ୍ର , ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ , ଶ୍ରୀ ହରିମୋହନ ପଟ୍ଟନାୟକ , ବରିଷ୍ଠ ଶିକ୍ଷକ ଶ୍ରୀ ମନୋଜ ପଣ୍ଡା , ଶ୍ରୀ ଶଶୀଭୂଷଣ ପଟ୍ଟନାୟକ , ଶ୍ରୀ ଅରକ୍ଷିତ ଜେନା , ଶ୍ରୀମତୀବବିତା ପୁରୋହିତ , ଶ୍ରୀମତୀ ଇତିଶ୍ରୀ ମହାପାତ୍ର , ଶ୍ରୀମତୀ ସୁଜାତା ନନ୍ଦ , ଶ୍ରୀମତୀ ସଙ୍ଗୀତା ପାତ୍ର , ଶ୍ରୀମତୀ ଗୀତା ପାତ୍ର , ଶ୍ରୀ ବିଜୟ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରି ନିଜର ସୁଚିନ୍ତିତ ବ୍ୟକ୍ତବ୍ୟ ଉପସ୍ଥାପନ କରିଥିଲେ। ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ଶ୍ରୀ ରାଜେନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.