ପଦ୍ମପୁର :- ପୁରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଦର୍ଶନ ପାଇଁ ସମଗ୍ର ରାଜ୍ୟରେ ଏକ ଖୁସି ଏବଂ ଉଲ୍ଲାସ ର ବାତାବରଣ ଖେଳି ଥିବା ବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଆଜି ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ରେ ୫ ଗୋଟି ବସ ରେ ପାଖାପାଖି ୩୦୦ ରୁ ଉର୍ଦ୍ଧ ତୀର୍ଥ ଯାତ୍ରୀ ଙ୍କୁ ନେଇ ପୁରୀ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରାଇବା ପାଇଁ ବସ ବାହାରିଥିବା ବେଳେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଏହି ବସ ଯାତ୍ରା ର ଶୁଭାରମ୍ଭ କରିଛନ୍ତି l ଯାତ୍ରୀ ମାନେ କିପରି ଭଲ ଭାବରେ ନିଜ ତୀର୍ଥ ସମ୍ପନ୍ନ କରି ମହାପ୍ରଭୁ ଙ୍କୁ ଦର୍ଶନ କରି କିପରି ସୁବିଧାରେ ଘରକୁ ଫେରିବେ ସେ ନେଇ ପ୍ରଭୁ ଜଗନ୍ନାଥ ଙ୍କୁ ପ୍ରାଥନା କରିଥିଲେ l ଏବଂ ବସ ମାନଙ୍କର ଯାତ୍ରା ଘଣ୍ଟ, ବାଦ୍ୟ ହୁଳ ହୁଲି ରେ ଆରମ୍ଭ କରାଇଥିଲେ, ଅଂଚଳରେ ଏକ ଆଧ୍ୟାତ୍ମିକ ବାତାବରଣ ହେବା ସହ ତୀର୍ଥ ଯାତ୍ରୀ ମାନେ ଏହି ସୁନ୍ଦର ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟିକା ବର୍ଷା ସିଂ ବରିହାଙ୍କୁ ଧନ୍ୟବାଦ ଜ୍ଞାପନ କରି ଯାତ୍ରା ଆରମ୍ଭ କରିଥଲେ l
Sign in
Sign in
Recover your password.
A password will be e-mailed to you.