ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦରମହକୁମା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ , ବେତାଗୁଡା , ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ପୁରସ୍କାର ବିତରଣ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି।
ଏହି ସମାରୋହରେ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ଜିଲ୍ଲା ଶିକ୍ଷା ଅଧିକାରୀ ଗଜପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ , ଜିଲ୍ଲାପାଳ , ଗଜପତି ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଶ୍ରୀ ମନୋଜ ରଞ୍ଜନ ଦଳେଇ , ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଗଜପତି , ସୁଶ୍ରୀ ମମତା ରାଣୀ ପରିଡ଼ା , ଜିଲ୍ଲା ମଙ୍ଗଳ ଅଧିକାରୀ ଗଜପତି ଓ ଶ୍ରୀ ପ୍ରଦୀପ ଜେନା , ପ୍ରଶିକ୍ଷକ , ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ ପାରଳାଖେମୁଣ୍ଡି ପ୍ରମୁଖ ମଞ୍ଚାସିନ ଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ପ୍ରତ୍ୟେକ ବ୍ଲକର ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ର ଛାତ୍ରୀ ଯୋଗଦାନ କରିଥିବା ବେଳେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ପ୍ରତିଭା ନିମନ୍ତେ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ , ଶିକ୍ଷୟତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମୁଦାୟ ଆଠଟି ବର୍ଗର ୧୧୨୪ ଗୋଟି ପୁରସ୍କାର ବିତରଣ କରଯାଇଥିଲା।ଯଥା :- ବ୍ଲକ୍ ଶିକ୍ଷା ପୁରସ୍କାର ୭୧୪ , ନେତୃତ୍ବ ପୁରସ୍କାର-୨୭୮, ଜିଲ୍ଲା ଶିକ୍ଷା ପୁରସ୍କାର -୫୫ , ପ୍ରାଥମିକ ଶିକ୍ଷା ପୁରସ୍କାର ୭ , ମାଧ୍ୟମିକ ଶିକ୍ଷା ପୁରସ୍କାର ୨୧ , ପ୍ରାଥମିକ ବିଦ୍ୟାଳୟ ପୁରସ୍କାର ୨୦ , ସ୍କୁଲ ପରିଚାଳନା କମିଟି -୭ ଓ ଆଲୁମିନି -୬ ଜଣଙ୍କୁ ସମ୍ୱର୍ଦ୍ଧିତ କରଯାଇଛି।
ଏହି କାର୍ଯ୍ୟକ୍ରମରେ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର , ଜିଲ୍ଲା କ୍ରୀଡ଼ା ନିରୀକ୍ଷକ ଗଜପତି ସମେତ ସମସ୍ତ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ , ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ , ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.