ବନ୍ଧୁପୁର ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ l

0 2

(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ଧୁପୁର ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଜିଲ୍ଲାପରିଷଦ ସଭ୍ୟ ବିଳାସ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି l ସରପଞ୍ଚ ଜୟନ୍ତୀ ଗୋଚ୍ଛାୟତ ଙ୍କ ସଂଯୋଜନାରେ ଏଥିରେ ଅତିଥି ଭାବେ ସମାଜସେବୀ ତରଣୀସେନ ଜେନା, ସରପଞ୍ଚ ଅନନ୍ତ କର, ସମିତିସଭ୍ୟ ବିଶ୍ଵଜିତ୍ ସାଇଁ, ପଞ୍ଚାୟତ ସଭାପତି ନାରାୟଣ ସାଇଁ, ଯୁବ ସଭାପତି ମାନଗୋବିନ୍ଦ ଦାସ, ପୂର୍ବତନ ଜିଲ୍ଲାପରିଷଦ ଅଚ୍ୟୁତାନନ୍ଦ ଦାସ,ରତିକାନ୍ତ ଭୂୟାଁ,ଶରତ ସାମଲ,କାଳିନ୍ଦୀ ଭୋଇ,ଚନ୍ଦ୍ରକାନ୍ତ ପରିଡ଼ା, ସରପଞ୍ଚ ବିଶ୍ଵଭୂଷଣ ନାୟକ,ଯୁବନେତା ହିମାଂଶୁ ଦାସ, ବାବାଜୀ ବେହେରା, ଦିଲ୍ଲିପ ଜେନା,ପ୍ରମୋଦ ନାୟକ, ପିଇଓ ଝିଲି ବେହେରା ପ୍ରମୁଖ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ଉଦ୍ୟମ କ୍ରମେ ସମଗ୍ର ପଞ୍ଚାୟତର ଉନ୍ନତି ଏବଂ ପ୍ରଗତି ହୋଇପାରିଛି ବୋଲି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସମସ୍ତ ୱାର୍ଡ଼ମେମ୍ବର, ଏସଏଚକି ମହିଳା, ବିଜୁ ଜନତା ଦଳ କର୍ମୀ ଏବଂ ଗ୍ରାମବାସୀମାନେ ଯୋଗଦାନ କରି ସହଯୋଗ କରିଥିଲେ । ଶେଷରେ ଅତିଥି ବୃନ୍ଦ ବରିଷ୍ଠ ନାଗରିକ, ଆଶା, ଅଙ୍ଗନୱାଡ଼ି କର୍ମୀ, ଏସଏଚଜି ମହିଳା ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହିତ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଟ୍ରଫି ଏବଂ ସାର୍ଟିଫିକେଟ ପ୍ରଦାନ କରିଥିଲେ ।

Leave A Reply

Your email address will not be published.