ନିଆଁ ଦାଉରୁ ଜଙ୍ଗଲକୁ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

0 2

ଭବାନୀପାଟଣା: ଭବାନୀପାଟଣା କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ କେସିଙ୍ଗା ବନ୍ୟାଞ୍ଚଳ ମୁଖ୍ୟ ଙ୍କ ତତ୍ତ୍ଵାବଧାନରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ନିମନ୍ତେ ଏକ ଜଣ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଟାପ୍ରାଙ୍ଗ ବନ ସୁରକ୍ଷା ସମିତି ଠାରେ ଅନୁଷ୍ଠିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ବିଭାଗୀୟ ବନ୍ୟାଞ୍ଚଳ ଅଧିକାରିଣୀ କୁମାରୀ ପ୍ରଭାତୀ ଶେଠ୍ ( ACF) , ରୁପ୍ରରୋଡ ସେକ୍ସନ ବନପାଳ ଶ୍ରୀଯୁକ୍ତ ବିଶ୍ୱଜିତ୍ ଠାକୁର୍, କଶୃପଡ଼ା ବନପାଳ ଶ୍ରୀଯୁକ୍ତ ବିଶିକେଶନ୍ କରୁଆଁ, କେସିଙ୍ଗା ବନପାଳ ଶ୍ରୀଯୁକ୍ତ ଯଶୋବନ୍ତ ନାଏକ ଏବଂ ବନ୍ୟାଞ୍ଚଳ ଅଧୀନରେ ଚାର୍ଜ ରେ କାର୍ଯ୍ୟରତ ବନପାଳ ଓ ବନରକ୍ଷୀ ମାନେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ଶ୍ରୀ ଦୁଲ୍ଲଭ ମାହାର ଓ ମୁଖ୍ୟ ବକ୍ତା ଭାବରେ ଶ୍ରୀ ସମୀର କୁମାର ରାଉତ୍ ଏବଂ ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରସାଦ ନାୟକ ତଥା କୁମାରୀ ପ୍ରଭାତୀ ଶେଠ୍( ACF ) ପୃଥକ୍ ପୃଥକ୍ ଭାବରେ ଜଙ୍ଗଲ ସୁରକ୍ଷା ପ୍ରତି ସଚେତନତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବନ ସୁରକ୍ଷା ସମିତି ଦହଲ, ଟାପ୍ରାଙ୍ଗ, ରାକ୍ସି, କାରୁମପଦର୍ ର ସଭାପତି ଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମରେ ପରିଚାଳିତ ହୋଇଥିଲା ।
କାର୍ଯ୍ୟକ୍ରମରେ ବାନସୁରଖ୍ୟା ସମିତି ର ସଭ୍ୟା ସଭ୍ୟା, ମିଶନ୍ ଶକ୍ତିର CRP ଓ MBK , ଏସ୍ ଏଚ ଜି ମହିଳା ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ମଧ୍ୟ ଯୋଗଦାନ ଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ଆମ ଜଙ୍ଗଲ ଯୋଜନା ର ଦଳପତି ଶ୍ରୀଯୁକ୍ତ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଇଥିଲେ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଇନ୍ଦ୍ରମଣି ମଝି ସହଯୋଗ କରିଥିଲେ । ଶେଷରେ ଶ୍ରୀଯୁକ୍ତ ଧିରୋଜ କୁମାର ଦାଶ ( ଉନ୍ନୟନ ଅଧିକାରୀ ) ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ ପୂର୍ବକ ଉକ୍ତ ସଚେତନତା ସଭା କୁ ସାଙ୍ଗ କରିଥିଲେ । ଏହାପରେ କଳାହାଣ୍ଡି ଜିଲ୍ଲାର ଏକ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପ୍ରତିଭା ର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା ନିମନ୍ତେ ସଚେତନତା ବାର୍ତ୍ତା ଦେଇଥିଲେ ।

Leave A Reply

Your email address will not be published.