(ନିଶ୍ଚିନ୍ତକୋଇଲି-ଶାସକ ପ୍ରଶାସକ): ନିଶ୍ଚିନ୍ତକୋଇଲି ବ୍ଲକ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉତ୍ତରକୂଳ ପଂଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବିଜେଡ଼ି ପଞ୍ଚାୟତ ସଭାପତି ଦିଲ୍ଲୀପ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି l ସମିତିସଭ୍ୟ କିଶୋର ସାହାଣୀ ଙ୍କ ସଂଯୋଜନାରେ ଏଥିରେ ଯୁବ ବିଜେଡ଼ି ସଭାପତି ଦୁର୍ଗାପ୍ରସାଦ ଦାସ, ସମିତିସଭ୍ୟ ବିଶ୍ଵେନ୍ଦୁ ମହାରଣା, ସୁନିଲ କୁମାର ମଲ୍ଲ, ଯୁବନେତା ସଂଗ୍ରାମ ସାହାଣୀ, ବ୍ଳକ ନୋଡ଼ାଲ ଅଫିସର ପ୍ରଦିପ୍ତ କୁମାର ମହାନ୍ତି, ସୁଶାନ୍ତ ମହାନ୍ତି ପ୍ରମୁଖ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଶାସନରେ ଅନୁପ୍ରାଣିତ ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କ ଉଦ୍ୟମ କ୍ରମେ ସମଗ୍ର ପଞ୍ଚାୟତର ଉନ୍ନତି ଏବଂ ପ୍ରଗତି ହୋଇପାରିଛି ବୋଲି ପ୍ରକାଶ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ପ୍ରତାପ ଦାସ, ସୁରେନ୍ଦ୍ର ସାହୁ, ମନୋରଂଜନ ରଥ, ଶୁଭକାନ୍ତ ଦାଶ, ରୂପକ ଦାଶ, ଅମରଜିତ୍ ବେହେରା, ଅଭୟ ସାହୁ, ସୁଶିଲକାନ୍ତ ବେଉରା, ଜଳଧର ବେଉରା, ପବିତ୍ର ପରିଜା, ଧିରେନ୍ଦ୍ର ପରିଜା, ଦୀନବନ୍ଧୁ ଦାସ, ନାରାୟଣ ବେହେରା, ପୁରସ୍ତମ ବେହେରା, ଭାସ୍କର ମହାରଣା,ସୁବ୍ରତ ହୋତା, ଦୁର୍ଗାପ୍ରସାଦ ବେହେରା, ସିଦିକ ମହମ୍ମଦ,ଜୋଲେଖା ଖାତୁନ,ମନୋଜ ବିଶ୍ଵାଳ,ଶୁଭେନ୍ଦୁ ବେଉରା, ପ୍ରକାଶ ବେଉରା, ସମୀର ମହାନ୍ତି ଙ୍କ ସମେତ ସମସ୍ତ ୱାର୍ଡମେମ୍ବର, ବିଜୁ ଜନତା ଦଳ କର୍ମୀ, ଏସଏଚଜି ମହିଳା ଏବଂ ଗ୍ରାମବାସୀ ପ୍ରମୁଖ ଯୋଗ ଦେଇଥିଲେ l ଶେଷରେ ଅତିଥିବୃନ୍ଦ ବରିଷ୍ଠ ନାଗରିକ, ଆଶା, ଅଙ୍ଗନୱାଡ଼ି କର୍ମୀ,ଏସଏଚଜି ମହିଳା ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିବା ସହିତ କୃତୀ ଛାତ୍ର ଛାତ୍ରୀମାନଙ୍କୁ ଟ୍ରଫି ଏବଂ ସାର୍ଟିଫିକେଟ ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.