ଜଗତସିଂହପୁର,ତା-୨୧.୦୨.୨୦୨୪/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ବାଲେଶ୍ବର, ଜଗତସିଂହପୁର, ଗଞ୍ଜାମ, ନୂଆପଡ଼ା ଓ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଜଗତସିଂହପୁର ଜିଲ୍ଲା ରେ ଏହି ଅବସରରେ 7 ଟି ବସ୍ ର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗାଁ ଲୋକମାନେ ଲକ୍ଷ୍ମୀ ବସ୍ ଜରିଆରେ ସୁବିଧାରେ ଏବଂ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ଲକ୍ଷ୍ମୀ ବସ୍ ଆମର ଜୀବନ ଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ। ଲୋକଙ୍କ ଇଚ୍ଛାକୁ ମୁଁ ସମ୍ମାନ ଦିଏ, ମୋ ସରକାରର ସବୁ କାର୍ଯ୍ୟକ୍ରମ ଲୋକମତ ଭିତ୍ତିରେ ଆଧାରିତ, ଲକ୍ଷ୍ମୀ ଯୋଜନା ମଧ୍ୟ ଲୋକଙ୍କ ଇଚ୍ଛାରୁ କାର୍ଯ୍ୟକାରୀ କରାଯାଇଛି। 5T ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ ଏବଂ ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ୍ ଯୋଜନା ପ୍ରସ୍ତୁତ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଏହି ଯୋଜନା ଗ୍ରାମାଞ୍ଚଳ ରୁ ସହରାଞ୍ଚଳ କୁ ସୁଲଭ ଓ ନିର୍ଭରଯୋଗ୍ୟ ବସ୍ ସେବା ଯୋଗାଇବ, ମହିଳା, ସ୍ଥାନୀୟ ସମ୍ପ୍ରଦାୟ ଓ ଛାତ୍ରଛାତ୍ରୀମାନଙ୍କର ସଶକ୍ତିକରଣ, ପର୍ଯ୍ୟଟନ ଓ ଆଞ୍ଚଳିକ ଅର୍ଥ ବ୍ୟବସ୍ଥା କୁ ପ୍ରୋତ୍ସାହନ ଦେବା ସହ ଯାତ୍ରୀ ଓ ସଡକ ସୁରକ୍ଷା କୁ ଗୁରୁତ୍ଵ ଦେଇ ସ୍ଵଚ୍ଛ ଏବଂ ବୈଷୟିକ ଜ୍ଞାନ କୌଶଳ ଦ୍ଵାରା ପରିଚାଳିତ ସାଧାରଣ ପରିବହନ ସେବା ଯୋଗାଇ ଦେବ। ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି ଓ ଲକ୍ଷ୍ମୀ ବସ୍ ଏହି ପରିପ୍ରେକ୍ଷୀରେ ଗୁରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରି ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ। ମା’ମାନେ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସ୍ ରେ ଯିବା ଆସିବା କରିପାରିବେ ବୋଲି ସେ କହିଥିଲେ।ଏହା ଛଡା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲାର ଜନସାଧାରଣ ମାନେ ସୁଲଭ ମୂଲ୍ୟରେ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପୁରୀ ଯାଇପାରିବେ, ଯେଉଁଥିରେ ମହିଳା ମାନଙ୍କ ପାଇଁ ଭଡା ମୂଲ୍ଯ ରେ 50 ପ୍ରତିଶତ ରିହାତି ଦିଆଯିବ। ଜିଲ୍ଲା ରେ ସ୍ଥାନୀୟ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ସ୍ଵାଗତ ଭାଷଣ ଦେଇ ଲକ୍ଷ୍ମୀ ବସ୍ ଦ୍ଵାରା ଗ୍ରାମାଞ୍ଚଳ ର ବିକାଶ ଏକ ନୂଆ ରୂପ ନେବ ବୋଲି କହିଥିଲେ। ଜଗତସିଂହପୁର ଜିଲ୍ଲାରେ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଯୋଗଦେଇ କହିଥିଲେ ଯେ ଆଜି 5T ଦ୍ଵାରା ରାଜ୍ୟରେ କେବଳ ଗମନାଗମନ ନୁହେଁ, ସ୍ବାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି – ସବୁ କ୍ଷେତ୍ରରେ ଅଭୁତପୂର୍ବ ପରିବର୍ତ୍ତନ ଆସିଛି।ଆଜିର ଲକ୍ଷ୍ମୀ ବସ୍ ଜରିଆରେ ଜଗତସିଂହପୁର ଜିଲ୍ଲା ର ଗ୍ରାମାଞ୍ଚଳରେ ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ଘଟିବ, ବିଶେଷ କରି ପ୍ରତ୍ୟେକ ଘରର ଲକ୍ଷ୍ମୀ ମାନେ ଏହି ବିକାଶ ଯାତ୍ରା ରେ ସାମିଲ ହୋଇପାରିବେ। ଜଗତସିଂହପୁର ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ ନାରୀ ମାନଙ୍କ ବିକାଶ ଓ ଉନ୍ନତି ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟା କୁ ଭୂୟସୀ ପ୍ରଶଂସା କରିଥିଲେ।ଜିଲ୍ଲା ରେ ଆଜି 7 ଟି ଲକ୍ଷ୍ମୀ ବସ୍ ଶୁଭାରମ୍ଭ ହୋଇଛି ଯାହା ନାଉଗାଁ, କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର, ବିରିଡ଼ି, ଏରସମା ଓ ବାଲିକୁଦା ବ୍ଲକ୍ ମୁଖ୍ୟାଳୟ କୁ ଗ୍ରାମ ପଞ୍ଚାୟତ ସହ ସଂଯୋଗ କରିବ । ଆସନ୍ତା କାଲି ଠାରୁ ପର୍ଯ୍ଯନ୍ତ ପ୍ରତ୍ୟହ ସକାଳ 5 ଟାରୁ ସନ୍ଧ୍ୟା 6 ପର୍ଯ୍ଯନ୍ତ ଏହି ବସ୍ ଚଳାଚଳ ହେବ।ପ୍ରାଥମିକ ସ୍ତରରେ 7 ଟି ବସ୍ ଆସିଥିବା ବେଳେ ଆଗକୁ ମୋଟ 40 ଟି ବସ୍ ଜିଲ୍ଲା ରେ ବ୍ଲକ୍ ମୁଖ୍ୟାଳୟ କୁ ଜିଲ୍ଲା ସଦର ମହକୁମା ସହ ଯୋଡ଼ିବାର ବ୍ୟବସ୍ଥା ରହିଛି ଯାହାଦ୍ୱାରା ୧୩୧ଟି ପଞ୍ଚାୟତର ୭ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ। ଷ୍ଟାଡିୟମ୍ ଠାରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢୀ ଲକ୍ଷ୍ମୀ ବସ ର ଶୁଭାରମ୍ଭ କରିବା ପରେ ଅତିଥି ମାନେ ତିର୍ତ୍ତୋଲ ବ୍ଲକ୍ ର ମୂଳିସିଂହ ଠାରେ ବସ୍ ରହଣି ସ୍ଥଳ କୁ ଉଦଘାଟନ କରିଥିଲେ। ରାଜ୍ୟ ସ୍ତରରେ 5Tଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରି କହିଥିଲେ ଯେ ଏକ ନମ୍ବର ସ୍ଥାନରେ ଅଧିଷ୍ଠିତ ହେବାକୁ ହେଲେ, କଠିନ ପରିଶ୍ରମ ଓ ତ୍ୟାଗ ଦରକାର। ମୁଖ୍ୟମନ୍ତ୍ରୀ ହେଉଛନ୍ତି ତାର ପ୍ରକୃଷ୍ଟ ଉଦାହରଣ ।ସେ ଆଜିର ବସ୍ ସେବା ଉପରେ ମନ୍ତବ୍ୟ ଦେଇ କହିଲେ ଯେ, ଲକ୍ଷ୍ମୀ ବସ୍ ଆମ ନିଜର ସଂପତ୍ତି,ଓଡିଶାର ସଂପତ୍ତି । ତେଣୁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ଆମର କର୍ତ୍ତବ୍ୟ। ଜିଲ୍ଲା ସ୍ତରରେ ଏହି ବସ୍ ସେବା ଶୁଭାରମ୍ଭ ଅବସରରେ ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ବାଲିକୁଦା ଏରସମା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ଶ୍ରୀ ରଘୁନନ୍ଦନ ଦାସ, ତିର୍ତ୍ତୋଲ ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଉପସ୍ଥିତ ରହି ଲକ୍ଷ୍ମୀ ବସ୍ ସେବା ର ଶୁଭାରମ୍ଭ କରିଥିଲେ।ଜିଲ୍ଲାପାଳ ଙ୍କ ତତ୍ତ୍ୱାବଧାନରେ ତତ୍ତ୍ୱାବଧାନରେ ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ କୁମାର ମହାନ୍ତି ଓ. ଏସ. ଆର. ଟି. ସି ର ଇଷ୍ଟେ ଟ ଅଫିସର ଶ୍ରୀ ସନ୍ତୋଷ ଶତପଥି, ଡିଷ୍ଟ୍ରିକ୍ଟ ମ୍ୟାନେଜର ଇତିଶ୍ରୀ ପ୍ରିୟଦର୍ଶିନୀ ବିଶ୍ୱାଳ,ସି. ଏସ. ଏଲ ଅପରେଟର ଆଶିଷ ଦିବ୍ୟରଞ୍ଜନ,ଜିଲ୍ଲା ଇ -ଗଭର୍ନାନ୍ସ ମ୍ୟାନେଜର ଅରବିନ୍ଦ ଆଚାର୍ଯ୍ୟ ତଥା ଜିଲ୍ଲା ପରିବହନ ବିଭାଗ ଓ ଓ ଏସ୍ ଆର୍ ଟି ସି ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସୂଚାରୁ ରୂପେ ସମ୍ପାଦନ କରିଛନ୍ତି।ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ, ସହର ର ବୁଦ୍ଧିଜୀବୀ, ସ୍ଵୟଂ ସହାୟକ ଗୋଷ୍ଠୀ ର ମା ମାନେ,ଛାତ୍ର ଛାତ୍ରୀ ଗ୍ରାମାଞ୍ଚଳ ରୁ ଆସିଥିବା ବ୍ୟବସାୟୀ, ଚାଷୀ ତଥା ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post