ଜଗତସିଂହପୁର ଠାରେ ଖାଦ୍ୟସୁରକ୍ଷା ହିଟଧିକାରୀଙ୍କ ପରିବାରକୁ ଜୀବିକା ସହାୟତା ରାଶି ପ୍ରଦାନର ଶୁଭାରମ୍ଭ

2

ଜଗତସିଂହପୁର,ତା-୨୧.୦୨.୨୦୨୪/ସୁମନ୍ତ କୁମାର ଦାସ: ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବାରେ ସହାୟକ ହେବା ନିମନ୍ତେ ନବୀନ ଓଡିଶା ସର୍ବଦା ସଂକଳ୍ପ ବଦ୍ଧ। ଏହି ଅବସରରେ ଆଜି ଜଗତସିଂହପୁର ମୁନିସିପାଲିଟି ଅନ୍ତର୍ଗତ ଠାକୁରପାଟଣା ର ଜିତାରାଣୀ ବାରିକ ଙ୍କ ରିଟେଲ ସପ ରେ ଖାଦ୍ୟ ସୁରକ୍ଷା ହିତାଧିକାରୀ ଙ୍କ ପରିବାର କୁ 1000 ଟଙ୍କା ଜୀବିକା ସହାୟତା ରାଶି ବଣ୍ଟନ କରାଯାଇଛି। ହିତାଧିକାରୀ ମାନଙ୍କୁ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ ରାଉତ ଏହି ରାଶି ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଯୋଗାଣ ଅଧିକାରିଣୀ ଶ୍ରୀମତୀ ସୁଜାତା ମିଶ୍ର, ମୁନିସିପାଲିଟି ନିବାହୀ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ବଡୁ, ଅତିରିକ୍ତ ଯୋଗାଣ ଅଧିକାରୀ ରୋହିତ କୁମାର ଦାସ, ମଧୁସ୍ମିତା ମହାପାତ୍ର, ସୁଜାତା କମଳିନୀ ମାଳି ଏବଂ ଯୋଗାଣ ନିରୀକ୍ଷକ ଅମୀୟ ରଞ୍ଜନ ପ୍ରଧାନ ଉପସ୍ଥିତ ଥିଲେ

Leave A Reply

Your email address will not be published.