ସାରସକଣା ,(ଶାସକ ପ୍ରଶାସକ) :: ସମଗ୍ର ଓଡ଼ିଶାରେ ଆଜି ଠାରୁ ମେଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିଲା ବେଳେ ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ ରେ ମଧ୍ୟ ଆରମ୍ଭ ହୋଇଛି ମେଟ୍ରିକ୍ ପରୀକ୍ଷା।,ତେବେ ବ୍ଲକରେ ଥିବା ଶୀର୍ଷ ନୋଡାଲ ଉଚ୍ଚ ବିଦ୍ୟାଳୟ ରୁ ମୋଟ ୮ଟି ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନ ପତ୍ର ପ୍ରେରଣ କରା ଯାଇ ଥିବାବେଳେ ୮ଟି କେନ୍ଦ୍ର ଯଥା ଗୌରୀ ଚନ୍ଦ୍ର ସରକାରୀ ବିଦ୍ୟାଳୟ (ବେଢ଼ାକୁଦର, ବାଙ୍ଗିରିପୋଷି ବ୍ଲକ),ଗୋଲାପମଣି ଉଚ୍ଚ ବିଦ୍ୟାଳୟ, (ସାରସକଣା),ସରକାରୀ ବାଳିକା ବିଦ୍ୟାଳୟ (ଗୋବିନ୍ଦ ପୁର),ନୋଡାଲ ଉଚ୍ଚ ବିଦ୍ୟାଳୟ (ଖେରୁଣା), ରଜାଲୋକା ଉଚ୍ଚ ବିଦ୍ୟାଳୟ,,(ରଜଲୋକା), ଶିର୍ଷା ଉଚ୍ଚ ବିଦ୍ୟାଳୟ( ଶିର୍ଷା),ପରମେଶ୍ବର ପାଣିଗ୍ରାହୀ ଉଚ୍ଚ ବିଦ୍ୟାଳୟ (ଧଙ୍ଗଡିଶୋଲେ), ୟୁ ଜି ସରକାରୀ ଉଚ୍ଚ ବିଦ୍ୟାଳୟ,(ଝାର ପୋଖରିଆ) ରେ ସର୍ବମୋଟ ୧୫୦୦ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେବାର ଥିବା ବେଳେ ୧୪୮୫ ଜଣ ପରୀକ୍ଷା ଦେଇଥିଲେ ଓ ୧୫ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ସମସ୍ତ ପରୀକ୍ଷା କେନ୍ଦ୍ରରେ ଶାନ୍ତି ଶୃଙ୍ଖଳା ରେ ସରିଛି ପରୀକ୍ଷା । ଝର ପୋଖାରିଆ ପୋଲିସ ପକ୍ଷରୁ ମଧ୍ୟ କୌଣସି ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଆଜି ପ୍ରଥମ ଦିନ ରେ ମାତୃଭାଷା (ସାହିତ୍ୟ )ବିଷୟରେ ପରୀକ୍ଷା ଥିଲା ବେଳେ ପରୀକ୍ଷା ପରେ ଛାତ୍ର ଛାତ୍ରୀ ମାନେ ବେଶ୍ ଉତ୍ସାହିତ ଥିବାର ଦେଖିବାକୁ ମିଳିଥିଲା । ସାରସକଣା ରୁ ଶ୍ରୀ ଦିପୁ ମହାପାତ୍ରଙ୍କ ରିପୋର୍ଟ।