ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୨୦/୦୨/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ଝାଲିଆଗୁଡ଼ା ସଂରକ୍ଷିତ ଜଙ୍ଗଲ ରେ ଅବାଧରେ ପଶି କାଠ ଚୋରି ଅଭିଯୋଗ ରେ ବନ ବିଭାଗ ତରଫରୁ ୪ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ମାନେ ହେଲେ ଡାବୁଗାଁ ବନାଞ୍ଚଳ ଅନ୍ତର୍ଗତ ଝାଲିଆଗୁଡା ଗ୍ରାମ ର ପଦ୍ମନ ଜାନି (୩୨), ଯୋତିଶ ଭତରା (୨୫), କମଳସାଏ ଭତରା (୩୮) ଓ ଖଗେଶ୍ବର ଭତରା (୪୨)। ସମସ୍ତ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ ଗତକାଲି ସୋମବାର ରାତ୍ର ପ୍ରାୟ ୮ ଘଣ୍ଟ ସମୟରେ ଝାଲିଆଗୁଡା ସଂରକ୍ଷିତ ଜଙ୍ଗଲ ମଧ୍ୟରେ କିଛି ବ୍ୟେକ୍ତି ଜଙ୍ଗଲ ରେ ନିଆ ଲଗାଇବା ସହ ଏକ ଶାଗୁଆନ ଗଛ କାଟିଥିବା ଜଣା ପଡିଥିଲା। କୌଣସି ସୂତ୍ରରୁ ଡାବୁଗାଁ ବନାଞ୍ଚଳ ଅଧିକାରୀ ତଡିତ କୁମାର ସ୍ବାଇଁ ଖବର ପାଇବା ପରେ ତାଙ୍କ ନିର୍ଦ୍ଦେଶ ରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ ଙ୍କ ତତ୍ତ୍ଵାବଧାନରେ ବନ କର୍ମଚାରୀ ମାନେ ଝାଲିଆ ଗୁଡା ସଂରକ୍ଷିତ ଜଙ୍ଗଲ ରେ ଚଢାଉ କରିଥିଲେ। ଏଥିରେ ଝାଲିଆଗୁଡା ଗ୍ରାମ ର ୪ ଜଣ ଜଙ୍ଗଲ ମଧ୍ୟରେ ନିଆ ଲଗାଇବା ସହ ଏକ ଶାଗୁଆନ ଗଛ କାଟିଥିବା ଦେଖିଥିଲେ। ଶାଗୁଆନ ଗଛ କାଟି ତାହାକୁ ଦୁଇଟି ଗଣ୍ଡୀ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ୪ ଅଭିଯୁକ୍ତ ଙ୍କୁ ବନ କର୍ମଚାରୀ ତୁରନ୍ତ ଗିରଫ କରିଥିଲେ। ତାଙ୍କ ନିକଟରୁ ଟାଙ୍ଗିଆ, ଦଉଡି ଓ ମାଚିସ ଜବତ ହୋଇଥିଲା। ଆଜି ସମସ୍ତ ୪ ଅଭିଯୁକ୍ତ ଙ୍କୁ କେସ ନ ୨୧୯/୨୩/୨୪ ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଚଢାଉ ରେ ବନରକ୍ଷୀ ମନୋରଞ୍ଜନ ନାୟକ, ଉମା ଶଙ୍କର ମିଶ୍ର, କାର୍ତ୍ତିକ ମାଝୀ ଓ ପାରା ଫରେଷ୍ଟର ଷ୍ଟାଫ୍ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.