ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଜଗତସିଂହପୁର ଜିଲ୍ଲା ରେ ସିକିମ ସତ୍ତ୍ୱଧାରୀ ଚାଷୀ ମାନଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନ ର ଶୁଭାରମ୍ଭ

2

ଜଗତସିଂହପୁର,ତା-୨୦.୦୨.୨୦୨୪/ସୁମନ୍ତ କୁମାର ଦାସ:ଆଜି ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ରାଜ୍ୟର ସିକିମ ସ୍ୱତ୍ତ୍ୱାଧିକାରୀ ଚାଷୀ ମାନଙ୍କୁ ସ୍ଥିତିବାନ ପଟ୍ଟା ପ୍ରଦାନ ର ଶୁଭାରମ୍ଭ କରିଛନ୍ତି। ଏଥି ନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡିଶା ସରକାର, ଗତ 6.01.2024 ରେ ଭୂସଂସ୍କାର ଆଇନ 1960 ରେ ଆବଶ୍ୟକୀୟ ସଂଶୋଧନ କରିଛନ୍ତି।ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ସିକିମ ରୟତ ମାନଙ୍କର ଅସୁବିଧା ସମ୍ପର୍କରେ ଜାଣିବା ପରେ ତାହାର ସମାଧାନ ନିମନ୍ତେ ବ୍ୟବସ୍ଥା କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ଇଚ୍ଛା କୁ ସମ୍ମାନ ଦେଇ ସେ ସବୁବେଳେ ସେମାନଙ୍କ ସୁବିଧା ନିମନ୍ତେ ଚେଷ୍ଟିତ ଓ ସେମାନଙ୍କ ଖୁସି ହିଁ ତାଙ୍କପାଇଁ ବଡ ପୁରସ୍କାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଏହି ପଟ୍ଟା ଦ୍ଵାରା ସିକିମ ଚାଷୀ ମାନେ ତାଙ୍କ ଦଖଲ ରେ ଥିବା ଜମି ଉପରେ ସ୍ଥାୟୀ, ବଂଶାନୁକ୍ରମିକ ଓ ହସ୍ତାନ୍ତର ଯୋଗ୍ଯ ଅଧିକାର ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଖୁସି ର ସହ ପରିପ୍ରକାଶ କରିଥିଲେ। ଏହି ଅବସରରେ 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍ ସମସ୍ତ ହିତାଧିକାରୀ ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜିଲ୍ଲା ସ୍ତରୀୟ ଏହି ପଟ୍ଟା ବିତରଣ ଅବସରରେ ସରକାରୀ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଏହି ନୂତନ ବ୍ୟବସ୍ଥା କୁ ପ୍ରଶଂସା କରି , ରାଜ୍ୟ ର ହଜାର ହଜାର ଲୋକ ମାନଙ୍କ ସହ ଜଗତସିଂହପୁର ଜିଲ୍ଲା ର 4844 ଜଣ ସିକିମ ଚାଷୀ ମାନଙ୍କୁ ମାଲିକାନା ସତ୍ତ୍ଵ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଥିଲେ। ଏହାପରେ ଜଗତସିଂହପୁର ତହସିଲ ର ରମେଶ ଚନ୍ଦ୍ର ନାୟକ ଓ କୁନ୍ତୀ ରାଉତ, ବାଲିକୁଦା ତହସିଲ୍ ର ରବୀନ୍ଦ୍ର ଭୋଇ, କୁଜଙ୍ଗ ତହସିଲ୍ ର ବିଷ୍ଣୁ ଚରଣ ସ୍ଵାଇଁ ଓ ତିର୍ତ୍ତୋଲ ତହସିଲ୍ ର ଅମୂଲ୍ୟ ଚରଣ ସାହୁ ଙ୍କୁ ଉପସ୍ଥିତ ଅତିଥି ମାନେ ପଟ୍ଟା ପ୍ରଦାନ କରିଥିଲେ। ଜଗତସିଂହପୁର ତହସିଲ ର ରମେଶ ଚନ୍ଦ୍ର ନାୟକ ନିଜର ଅଭିଜ୍ଞତା ଉପସ୍ଥାପନ କରିଥିଲେ ଯେଉଁଥିରେ ସେ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ୍ ଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ।ଜିଲ୍ଲା ର 8 ଟି ତହସିଲ ର 1021 ଜଣ ହିତାଧିକାରୀଙ୍କୁ ଆଜି ଏହି ପଟ୍ଟା ପ୍ରଦାନ କରାଯାଇଛି। ଏଥି ମଧ୍ୟରେ ବାଲିକୁଦା ର 133,ବିରିଡ଼ି56,ଏରସମା156, ଜଗତସିଂହପୁର 109,କୁଜଙ୍ଗ ର 133,ନାଉଗାଁ 205, ରଘୁନାଥପୁର 118, ତିର୍ତ୍ତୋଲ ର 111 ଜଣ ଚାଷୀ ଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ଜିଲ୍ଲା ର ଅନ୍ୟୁନ 4844 ଜଣ ଚାଷୀ ଏହି ବ୍ୟବସ୍ଥା ରେ ଉପକୃତ ହୋଇଛନ୍ତି। ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାୱରି ଙ୍କ ନିର୍ଦ୍ଦେଶନାରେ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀମତୀ ଅନିତା ପାତ୍ର ଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ରାଜସ୍ଵ ବିଭାଗ ପକ୍ଷରୁ ସମସ୍ତ ହିତାଧିକାରୀଙ୍କୁ ଆବେଦନ ନିମନ୍ତେ ବିଜ୍ଞପ୍ତି ଜାରି କରାଯାଇଥିଲା ଓ ତଦନୁଯାୟୀ ଆଜି ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ଜିଲ୍ଲା ରେ ଏହି ପଟ୍ଟା ପ୍ରଦାନ ଅବସରରେ ଅନ୍ୟ ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ଜଗତସିଂହପୁର ସାଂସଦ ଡ ରାଜଶ୍ରୀ ମଲ୍ଲିକ,ବାଲିକୁଦା ଏରସମା ବିଧାୟକ ଶ୍ରୀ ରଘୁନନ୍ଦନ ଦାସ ,ତିର୍ତ୍ତୋଲ ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ଭୋଇ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଗ୍ନଜିତ୍ ରାଉତ, ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ରବିନାରାୟଣ ଜେଠୀ, ଉପ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ସମସ୍ତ ବି ଡି ଓ, 8ଟି ତହସିଲ ର ତହସିଲଦାର,3000 ରୁ ଅଧିକ ହିତାଧିକାରୀ, ସହରର ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.