ଘୁମୁସରୀ ଗାଈ ସଂରକ୍ଷଣରେ ବାଧକ ହେଉଛି ପ୍ରଶାସନ ; ଘୁମୁସରୀ ସମିତି

0 3

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ଫେବୃଆରୀ ୧୯ ତାରିଖ ତୃତୀୟ ସୋମବାର ଦିନ ଭଞ୍ଜନଗର ଉପଜିଲ୍ଲାପାଳ ଙ୍କ ସମ୍ନିଳନୀ କକ୍ଷରେ ହୋଇଥିବା ମିଳିତ ଅଭିଯୋଗ ଶୁଣାଣୀ ଶିବିରରେ, “ଘୁମୁସରି ଗୋ ପ୍ରଜାତି ବିକାଶ ଓ ସଂରକ୍ଷଣ ସୁରକ୍ଷା ସମିତି ତରଫରୁ ଆସନ୍ତା ୨୭ ଫେବୃଆରୀ ତାରିଖ ରେ ଘୁମୁସରି ଗୋପାଳକ ନିଜ ନିଜ ଗାଇ ଗୋରୁ ସହ ଧର୍ମ ଘଟ କରିବା ପାଇଁ ପ୍ରଶାସନିକ ଅନୁମତି ନିମନ୍ତେ ପୁନଃ ଜିଲ୍ଲାପାଳ ଙ୍କୁ ପତ୍ର ପ୍ରଦାନ କରିଛନ୍ତି।

ଗଞ୍ଜାମ ଜିଲ୍ଲାର ଘୁମୁସର ଅଞ୍ଚଳ (ବର୍ତ୍ତମାନ ଭଞ୍ଜନଗର ଉପଖଣ୍ଡ)ଓ କନ୍ଧମାଳ ଜିଲ୍ଲାରେ କେଉଁ ଆବାହାମନ କାଳରୁ ବସତି କରି ଆସୁଥିବା ଦେଶୀଗାଈ , ମାନବ ସମାଜର ଅର୍ଥନୈତିକ, ସାଂସ୍କୃତିକ, ସାମାଜିକ ଓ ଧାର୍ମିକ ଦିଗରେ ବିଶେଷ ଭାଗୀଦାର ହୋଇ ଆସୁଅଛନ୍ତି I ଏହି ଦେଶୀ ଗାଈ ଯେକୌଣସି ଜଳବାୟୁ ସହ ଖାପ ଖୁଇଲା ପରି , ଅଧିକ ପରିଶ୍ରମୀ, ରୋଗ ପ୍ରତିରୋଧକ ଶକ୍ତି କ୍ଷମତା ସଂପନ୍ନ , ଗୋବଂଶ ଅଧିକ ପରିଶ୍ରମୀ, ଗୃହପାଳିତ, କମ ଲାଳନ ପାଳନ, କମ ବ୍ୟୟ ବହୁଳ, କମ ଜାଗା, ଭୂମିହିନ ଗୋପଳ , କୃଷକ ଓ ଚାଷୀଙ୍କ ମେରୁଦଣ୍ଡ ସ୍ୱରୂପ ଆଜ୍ଞାଧିନ, ଶାନ୍ତ ସ୍ଵଭାବ, ଜଳବାଯୁ ପରିବର୍ତନ ଦିଗଦର୍ଶକ, ଜୈବ ବିଭିଦତ୍ତIର ଭରପୁର ସମ୍ପର୍ଣା ଗୋଧନ । ଯାହାର କ୍ଷୀରକୁ ଜୈବିକ A2 ମିଲ୍କ କୁହାଯିବା ସହ ଏହି କ୍ଷୀରରେ ଔଷଧୀୟ ଗୁଣ ଭରପୁର ରହିଛି । ଆହୁରି ମଧ୍ଯ ଗୋମୁତ୍ରରେ ଅମୋନିଆ ଓ ୟୁରିଆ ବିଷIକ୍ତ ଶକ୍ତିର ନଥିବା ସହ ସମାନ ଏହି କାରଣରୁ ଆୟୁର୍ବେଦ ଶିଳ୍ପରେ ଏହାର ବ୍ୟବହାର ଅମୂଲ୍ୟ ଓ ମାତ୍ରାଧିକ ଔଷଧୀୟ ଗୁଣ ସମ୍ପର୍ଣା , ବାୟୋ ଫର୍ଟିଲାଇଜର ଉପ୍ତାଦନ କର୍ତା ଓ ଏହାର ଗୋବରରେ ୫୦ ଗୋଟି କୁଟୀର ଶିଳ୍ପରୁ ଊର୍ଦ୍ଦ୍ଵ ହୋଇ ଥାଏ I ଏସବୁ ବିରଳ ଓ ଦୁର୍ଲ୍ଵଭ ଦ୍ରୁଷ୍ଟିରୁ ଏହି ଅଞ୍ଚଳର ଦେଶୀ ଗୋବଂଶକୁ ଭାରତ ସରକାରଙ୍କ ICAR ଅଧୀନରେ ଥିବା ଜାତୀୟ ପ୍ରାଣୀ ଅନୁବଂଶୀୟ ସମ୍ବଳ ବୁରୋ, କର୍ଣାଳ, ହରିୟାନା ଦ୍ଵାରା ୨୦୧୦ ମସିହାରେ ଇଣ୍ଡିଆ କ୍ଯାଟଲ ଜୈବ ବିଭିଦତ୍ତା ଗୋପ୍ରାଣୀକୁ ଘୁମୁସରୀ ରୂପେ ଜାତୀୟ ମାନ୍ୟତା ପାଇ ଅଛି I ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ଗଞ୍ଜାମ ଜିଲ୍ଲାପାଳ ଏହି ଘୁମୁସରୀ ଗାଈ ସଂରକ୍ଷଣ ଉପରେ ଅଧିକ ଗୁରୁତ୍ଵ ଭାବି, ଏବଂ ଘୁମୁସରୀ ଗୋପାଳ ସମିତିର ବାରମ୍ବାର ଅଭିଯୋଗ ପରେ ତହସିଲଦାରାଙ୍କୁ ଗୋଚର , ଗୋଷ୍ଠୀଉନୟନ ଅଧିକାରୀଙ୍କୁ ଗୁହାଳ, କୃଷି ଅଧିକାରୀଙ୍କୁ ଜୈବିକ କୃଷି, ବନଖଣ୍ଡ ଅଧିକାରୀଙ୍କୁ ଗ୍ରାଜିଙ୍ଗ ପାସ,ପ୍ରାଣୀଧନ ଅଧିକାରୀଙ୍କୁ ଘୁମୁସରୀ ଗୋବଂଶ ସଂରକ୍ଷଣ ଓ ବହୁ ସମ୍ପୃକ୍ତ ବିଭାଗକୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଆଦେଶ ଦେଇଛନ୍ତି। କିନ୍ତୁ ସେହି ଆଦେଶ ଗୁଡ଼ିକୁ ଉକ୍ତ ସମର୍କିୟ ବିଭାଗ ର ବଡ଼ ବାବୁ ମାନେ ଦୀର୍ଘ ୩ ବର୍ଷ ହେଲା ଅଣଦେଖା କରି ଆସୁ ଅଛନ୍ତି ବୋଲି ଅଭିଯୋଗ ହୋଇଅଛି।ତାହାର ପ୍ରଦିବାଦରେ ଘୁମୁସର ରାଜସ୍ଵ ଉପଖଣ୍ଡର ଆସ୍କା,ବୁଗୁଡା, ଭଞ୍ଜନଗର,ବେଲଗୁଣ୍ଠI, ଜଗନ୍ନାଥ ପ୍ରସାଦ, ସୋରଡା, ଶେରଗଡ ବ୍ଲକରୁ ଦୁଇ ଶହରୁ ଅଧିକ ଘୁମୁସରୀ ଗୋପାଳ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଧର୍ମଘଟ କରିଅଛନ୍ତି। ଜିଲାପାଳଙ୍କ ଅଧକ୍ଷତାରେ ସମ୍ପୃକ୍ତ ବିଭାଗ ଗୁଡିକ ସମନ୍ୱୟ ବୈଠକ କରି ସମାଧାନ କରିହେବ , ଯାହା ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ବୋଲି ସମିତି ସମ୍ପାଦକ ଶ୍ରୀ ପ୍ରକାଶ ଚନ୍ଦ୍ର ସାହୁ କହିଥିଲେ । କିନ୍ତୁ ତାହା ନହେବାରୁ ଆଗାମି ଫେବୃୟାରୀ ସମିତିର ୨୬୨ ଗ୍ରାମର ଗୋପାଳକ ଗାଈଗୋରୁ ଧରି ରାଜରାସ୍ତା ରେ ଓ ସରକାରୀ କାର୍ଯ୍ୟଳୟରେ ଧର୍ମଘଟ କରିବେ ବୋଲି କରଚୁଲି ର ବାବା ସତ୍ୟନନ୍ଦ ମହାରାଜ, କୁମାରଶୁଣି ବାବା , ଉପଦେଷ୍ଠI ଶ୍ରୀ ମୁରଲୀଧର ପଣ୍ଡା ମିଳିତ ପ୍ରେସ ଇସ୍ଥାହାର ଦେଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ, ଭଞ୍ଜନଗର ଉପ ଜିଲ୍ଲାପାଳ ଜିଲ୍ଲା ପ୍ରାଣୀଧନ ଅଧିକାରୀ ବୈଠକ କରିବା ପାଇଁ ଆବଶ୍ୟକ ପଦକ୍ଷେପ ପାଇଁ ନିର୍ଦେଶ ଦେଇଛନ୍ତି ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଇ ବିହୀତ ପଦକ୍ଷେପ ଯଥା ଶୀଘ୍ର ନେବା ପାଇଁ ପ୍ରତିଶ୍ରୁତି ଦେବା ପରେ , ଆଜିର ମିଳିତ ଅଭିଯୋଗ ଶୁଣାଣୀ ଶିବିରରୁ ସମସ୍ତ ଗୋପାଳ ଘରକୁ ଫେରିଛନ୍ତି । କିନ୍ତୁ ଆଗାମୀ ଦିବସରେ ଗାଈଗୋରୁ ଧର୍ମଘଟ ହେବା ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି I

Leave A Reply

Your email address will not be published.