ମୋହନା ଆଞ୍ଚଳିକ ସମନ୍ବୟ ବିକାଶ କ୍ରିୟାନୁଷ୍ଠାନ ପରିଷଦ ପକ୍ଷରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାବିପତ୍ର

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ବ୍ଲକ୍ ମୋହନା ୩୯ଟି ପଞ୍ଚାୟତକୁ ନେଇ ଗଠିତ। ଏଠି ରହିଛି ବହୁ ସମସ୍ୟା। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ସାଧାରଣ ଜନତା ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ।
ଦୀର୍ଘ ବର୍ଷର ଦାବିକୁ କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ପୂରଣ କରିବାକୁ ନେଇ ଆଜି ମୋହନା ଆଞ୍ଚଳିକ ସମନ୍ବୟ ବିକାଶ କ୍ରିୟାନୁଷ୍ଠାନ ପରିଷଦର ଆବାହକ ସିରିଏଲ୍ ନାୟକଙ୍କ ନେତୃତ୍ବରେ ଶିକ୍ଷାବିତ୍ ମଧୁସୂଦନ ପାଢ଼ୀ , ବରିଷ୍ଠ ଓକିଲ ଦୁର୍ଯ୍ୟୋଧନ କରଡ଼ା , ସାମ୍ବାଦିକ ଲକ୍ଷ୍ମଣ ଚୌଧୁରୀ , ମନ୍ମଥ ମିଶ୍ର , ମୋହନା ପ୍ରେସ୍ କ୍ଲବ୍ ସଭାପତି ପଞ୍ଚାନନ ଦାଶ , ସମିତି ସଭ୍ୟ ବାଳକୃଷ୍ଣ ମଳିକ , ଚନ୍ଦ୍ରଗିରି ଜିଲ୍ଲା ପରିଷଦ ସଭ୍ୟ ସୁନିଲ କୁମାର ବିଷୋୟୀ , ଭବାନୀ ଶଙ୍କର ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ବିଡ଼ିଓଙ୍କ ଜରିଆରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ୪ଟି ଦାବୀ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଦାବୀ ଗୁଡ଼ିକ ମଧ୍ୟରେ ୧୫ ବର୍ଷ ହେଲା କାଗଜ କଲମରେ ରହିଯାଇଥିବା ଗୋପାଳପୁର – ମୋହନା-ରାୟଗଡ଼ା ରେଳପଥ ସଂଯୋଗୀକରଣ , ଛତିଶଗଡ଼ ରାଜ୍ୟର ରାୟପୁର ଠାରୁ ମୋହନା ଦେଇ ପାରଳାଖେମୁଣ୍ଡିକୁ ଜାତୀୟ ରାଜପଥ ନିର୍ମାଣ , ମୋହନା ଠାରେ କର୍ମନିଯୁକ୍ତି କାର୍ଯ୍ୟାଳୟ ଓ ସବ୍ – ଟ୍ରେଜେରୀ କାର୍ଯ୍ୟାଳୟ ସ୍ଥାପନ ନିମନ୍ତେ ଦାବି ଉପସ୍ଥାପନା କରିଛନ୍ତି।

Leave A Reply

Your email address will not be published.