ରାୟଗଡ଼ : ରାୟଗଡ଼ ସହରର ରାମକୃଷ୍ଣ ନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକ ଉତ୍ସବ ଉପଲକ୍ଷେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏହି ଉତ୍ସବରେ ଶ୍ରୀ ଶ୍ଯାମ କୁମାର ଦାସ, ସକ୍ଷମ ପ୍ରାନ୍ତ ସହ ସଚିବ, ବିଦ୍ୟା ଭୂଷଣ ପଣ୍ଡା, ରାୟଗଡ ନଗର କାର୍ଯ୍ୟ ବାହ, ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଶ୍ରୀ ଯୋଗେଶ୍ଵର ଦାସ ରାଜ୍ୟ ଉପ ସଭାପତି ଭାରତ ମଜଦୁର ସଂଘ ଶ୍ରୀ ଗଣେଶ ସାହୁ ଜିଲ୍ଲା ସମ୍ପାଦକ ଅତିଥି ଗଣ ପୁରସ୍କାର ବିତରଣ ଶିଶୁ ବଟିକା ରୁ ଆରମ୍ଭ କରି ଅଷ୍ଟମ ଶ୍ରେଣୀ ଯାଏ ପ୍ରାୟ ୧୦୨ଟି ପୁରସ୍କାର ଶିଶୁ ଭାଇ ଭଉଣୀ ମାନଙ୍କୁ ପୁରସ୍କୃତ କରିଥିଲେ l ଏବଂ ସମସ୍ତ ଅତିଥିଗଣ ଶିଶୁ ଭାଇ ଭଉଣୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ l କାର୍ଯ୍ୟକ୍ରମ ରେ ଶିଶୁମନ୍ଦିର ସଭାପତି ବିରେନ୍ଦ୍ର କୁମାର ଗୁରୁ ଅଧକ୍ଷତା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ଯ ମକ୍କା ମହେଶ୍ବର ଙ୍କ ତତ୍ତ୍ଵାବଧାନରେ ରେ କାଯ୍ୟକ୍ରମ ଟି ହେଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ପରିଚାଲନା ର ସମ୍ପାଦକ ଡ. ରତି ରଞ୍ଜନ ଦାସ ଶିଶୁ ମାନଙ୍କୁ ଉତ୍ସାହିତ କରିବା ପାଇଁ ବିଦ୍ୟାଳୟ ର ଭଲ ପିଲା ପୁରସ୍କାର ନିଜେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ଉପସଭାପତି ଶ୍ରୀମତୀ ଅଞ୍ଜଲି ପଣ୍ଡା ସଦସ୍ୟା ଶ୍ରୀମତୀ ପଦ୍ମାବତୀ ସା ଉପସ୍ଥିତ ଥିଲେ l ସର୍ବଶେଷ ରେ ଶ୍ରୀ ତ୍ରିବିକ୍ରମ ତ୍ରିପାଠୀ ଗୁରୁଜୀ ଧନ୍ୟବାଦ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.