ଗଜପତି ଜିଲ୍ଲାର ଶିଶୁ ଯତ୍ନ ଅନୁଷ୍ଠାନ ର ଶିଶୁ ମାନଙ୍କ ନିମନ୍ତେ ବଣଭୋଜିର ଆୟୋଜନ କଲା ପ୍ରଶାସନ

0 2

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ ଓ ଶିଶୁ ମଙ୍ଗଳ ସମିତିର ଅନୁମୋଦନ କ୍ରମେ ରବିବାର ଦିନ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଆଇନ ପର୍ଯ୍ୟବେକ୍ଷଣ ଅଧିକାରୀ ଶ୍ରୀଯୁକ୍ତ ଜୟପ୍ରକାଶ ବାଡ଼ତ୍ୟାଙ୍କ ନେତୃତ୍ଵତରେ ଜିଲ୍ଲାର ୪ ଟି ଶିଶୁଯତ୍ନ ଅନୁଷ୍ଠାନ ଯଥା ଶ୍ରୀ ଜଗନ୍ନାଥ ନିକେତନ , ଆର୍. ସୀତାପୁର , ନିସାନ ଶାଲୋମ୍ ଚିଲ୍ଡ୍ରେନ ହୋମ୍ , ଗୁମ୍ମା , ପ୍ରାଉଡ଼ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନ , ବି. ସୀତାପୁର ଏବଂ ଉତ୍କଳ ବାଳାଶ୍ରମ ବି. ସୀତାପୁର ର ମୋଟ ୮୦ ଜଣ ଶିଶୁଙ୍କୁ ଗଜପତି ଜିଲ୍ଲାର ଚନ୍ଦ୍ରଗିରି ସ୍ଥିତ ଖସଡ଼ା ଜଳପ୍ରପାତ ଏବଂ ବୌଦ୍ଧ ମନ୍ଦିର ବୁଲିବା ପାଇଁ ନିଆଯାଇଥିଲା।
ସୂଚନା ପ୍ରକାରେ ଗଜପତି ଜିଲ୍ଲାରେ ଥିବା ୫ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନରେ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଶିଶୁ ରହୁଥିଲା ବେଳେ ଗଜପତି ଜିଲ୍ଲା ପ୍ରଶାସନ ଦ୍ବାରା ବିଭିନ୍ନ ସମୟରେ ଶିଶୁ ମାନଙ୍କ ମୁହଁରେ ହସ ଫୁଟାଇବା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ। ସେଥିମଧ୍ୟରୁ ଆଜିର ବଣଭୋଜି କାର୍ଯ୍ୟକ୍ରମ ଅନ୍ୟତମ।
ଏହି କାର୍ଯ୍ୟକ୍ରମ ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀ , ଗଜପତି ଶ୍ରୀଯୁକ୍ତ ସାନ୍ତନୁ କୁମାର ପରିଡ଼ା ଦୁଇଗୋଟି ଟି ବସ୍ ଯୋଗାଇଥିଲେ। ପ୍ରଥମେ ଶିଶୁମାନେ ସକାଳ ୬ ଘଣ୍ଟା ରେ ଉତ୍କଳବଳଶ୍ରମ ପରିସରରୁ ଦୁଇ ଗୋଟି ବସ୍ ଯୋଗେ ମୋହନା ଅଭିମୁଖେ ବାହାରିଥିଲେ ଏବଂ ସକାଳ ୧୦ ଘଣ୍ଟା ସମୟରେ ଖସଡ଼ା ଜଳପ୍ରପାତ , ଚନ୍ଦ୍ରଗିରି ଠାରେ ପହଞ୍ଚି ସେଠାକାର ସବୁଜ ବନାନୀ ତଥା ସୁମନୋହର ପ୍ରକୃତିକୁ ଉପଭୋଗ କରିଥିଲେ।
ପରେ ମଧ୍ୟାହ୍ନ ୧୨ ସମୟରେ ଚନ୍ଦ୍ରଗିରି ବୌଦ୍ଧ ବିହାର ଠାରେ ସେମାନଙ୍କ ପାଇଁ ଏକ ବଣଭୋଜିର ଆୟୋଜନ କରାଯାଇଥିଲା। ପିଲାମାନ ମଧ୍ୟାହ୍ନଭୋଜନ କରିସାରିବା ପରେ ଚନ୍ଦ୍ରଗିରି ସ୍ଥିତ ବୌଦ୍ଧ ମନ୍ଦିର ଯଥା “ପଦ୍ମସମ୍ଭବ ମହାବିହାର” ପରିଦର୍ଶନ କରିଥିଲେ। ମନ୍ଦିର ପରିଦର୍ଶନ ସାରି ଶିଶୁମାନେ ସନ୍ଧ୍ୟା ଘ. ୬ ସମୟରେ ପାରଳାଖେମୁଣ୍ଡିରେ ପହଞ୍ଚିଥିଲେ।
ଶିଶୁମାନଙ୍କୁ ସୁରକ୍ଷାର ସହ ନେବା ଆଣିବା ନିମନ୍ତେ ଏବଂ କାର୍ଯ୍ୟକ୍ରମରେ ସହଯୋଗ ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତା , ସ୍ବତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ଶ୍ରୀଯୁକ୍ତ ପ୍ରତ୍ୟୁଷ କୁମାର ସୂର୍ଯ୍ୟ ଏବଂ ତାଙ୍କର ସାମାଜିକ କର୍ମୀ ସୁବାସିତ ସ୍ବାଲସିଂ, ନିସାନ ସାଲୋମ ଶିଶୁ ଯତ୍ନ ଅନୁଷ୍ଠାନର ପରିଚାଳକ ଶ୍ରୀଯୁକ୍ତ ଶୁଭଙ୍କର ଲିମା, ଶ୍ରୀ ଜଗନ୍ନାଥ ନିକେତନରକର୍ମୀ ଗଣେଷ ଜାନି , ଉତ୍କଳ ବାଳାଶ୍ରମର ହାଉସ ମଦର ସୁଶ୍ରୀ କସ୍ତୁରୀ ପ୍ରଭା ରାଉତ ଏବଂ ପ୍ରାଉଡ଼ ଶିଶୁ ଯତ୍ନ ଅନୁଷ୍ଠାନର ହାଉସ ମଦର ସୁଶ୍ରୀ ବର୍ଷାଦେବୀ ଏବଂ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର କୋଷାଧ୍ୟକ୍ଷ ଶ୍ରୀମତୀ ଶୁଭଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଶିଶୁମାନଙ୍କୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ମୋହନା ଥାନାର ଦୁଇଜଣ ସୁରକ୍ଷା କର୍ମୀ ନିୟୋଜିତ ହୋଇଥିଲେ ।

Leave A Reply

Your email address will not be published.